ମୋଟାପଣ ଦୂର କରିବା ପାଇଁ ଲୋକମାନେ ବହୁତ ପ୍ରଣାଳୀ ଅବଲମ୍ବନ କରିଥାନ୍ତି । କିନ୍ତୁ ଓଜନ ଟିକେ ବି କମି ନଥାଏ । ଏଥିପାଇଁ ଲୋକମାନେ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବା ସହ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । କିନ୍ତୁ ଆପଣ କାନ୍ଦିବା ଦ୍ୱାରା ମଧ୍ୟ ନିଜର ଓଜନ ହ୍ରାସ କରିପାରିବେ । ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକ ସର୍ଭେ ଦ୍ୱାରା ଏହାର ସତ୍ୱତା ସାମନାକୁ ଆସିଛି ।
ଏସିୟାନ ୱନରେ ପ୍ରକାଶିତ ଏକ ରିପୋର୍ଟ ମୁତାବିକ, କାନ୍ଦିବା ଦ୍ୱାରା ଆମ ଶରୀରରୁ କାଣ୍ଟିସୋନ ନାମକ ହରମୋନ୍ ନିର୍ଗତ ହୋଇଥାଏ । ଶରୀରରେ ଏହି ହରମୋନର ସ୍ତର ବଢିବା ଦ୍ୱାରା ଓଜନ ହ୍ରାସ ପାଇଥାଏ ।
ଅଧିକ ଚିନ୍ତାରେ ଯେତେବେଳେ ଆମେ କାନ୍ଦିଥାଉ, ସେତେବେଳେ ଲୁହ ଜରିଆରେ ଏକ ବିଶାଳ ପଦାର୍ଥ ଶରୀରରୁ ବାହାରିଥାଏ । ଯାହାକି ଶରୀରରେ ଓଜନ ବଢାଇବାରେ ସାହାର୍ଯ୍ୟ କରିଥାଏ । କାନ୍ଦିବା ଦ୍ୱାରା ସେହି ପଦାର୍ଥ ବାହାରକୁ ଆସିବା ଦ୍ୱାରା ଆପଣଙ୍କ ଓଜନ କମିଯାଇଥାଏ ।
ତେବେ ରାତି ୭ଟାରୁ ୧୦ଟା ମଧ୍ୟରେ କାନ୍ଦିବା ଦ୍ୱାରା ଓଜନ ବହୁତ ଜଲଦି ହ୍ରାସ ପାଇଥାଏ । ଏହି ସମୟାରେ ଲେକମାନଙ୍କ ଉପରେ ଖରାପ ଇମୋସନ୍ ବେଶୀ ପ୍ରଭାବ ପକାଇଥାଏ । କାନ୍ଦିବା ଦ୍ୱାରା ଶରୀରରେ ଥିବା କ୍ୟାଲୋରୀ ମଧ୍ୟ ହ୍ରାସ ପାଇଥାଏ, ଯାହାକି ଓଜନ ହ୍ରାସ କରିଥାଏ ।
ସନ୍ଧ୍ୟା ସମୟରେ କାନ୍ଦିଲେ ହ୍ରାସ ପାଇବ ଓଜନ
Reviewed by Sushreejyoti Routray
on
July 07, 2019
Rating:
No comments: