ଚଳିତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଆଜି ଦଳର ମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦଳ ପରାଜୟରେ ନିଜକୁ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ । ତେବେ ଜ୍ୟୋତିରାଦିତ୍ୟଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ ହୋଇନାହିଁ ବୋଲି ସୂଚନା ମିଳିଛି । ଅନ୍ୟପଟେ ରାହୁଲଙ୍କ ଇସ୍ତଫା ପରେ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ଜ୍ୟୋତିରାଦ୍ୟତଙ୍କ ନାମ ଥିବାର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।
କଂଗ୍ରେସକୁ ଚଡକ: ରାହୁଲଙ୍କ ପରେ ମହାସଚିବ ପଦରୁ ହଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
Reviewed by Sushreejyoti Routray
on
July 07, 2019
Rating:
No comments: