ଜେଇଙ୍କୁ ଉଠବସ୍ କରିବା ମାମଲାରେ ପାଟଣାଗଡ ଦବଙ୍ଗ ବିଧାୟକ ସରୋଜ ମେହେରଙ୍କୁ ଆଜି ଜାମିନ୍ ମିଳିଛି । ୨୫ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ବିଧାୟକଙ୍କୁ ବେଲ୍ ମିଳିଛି । ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟ ବିଧାୟକଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।
ତେବେ ଗତ ଜୁନ ୫ରେ ପାଟଣାଗଡ ପୂର୍ତ୍ତ ବିଭାଗ ଜେଇଙ୍କୁ ସମସ୍ତଙ୍କ ସାମ୍ନାରେ ୫ ମିନିଟରେ ୧୦୦ ଥର ବସ ଉଠ ହବାକୁ କହିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜେଇଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ । ଏହାକୁ ନେଇ ମାମଲା ରୁଜୁ ହେବା ପରେ ପୋଲିସ ବିଧାୟକଙ୍କୁ ଗିରଫ କରିବା ସହ ପାଟଣାଗଡ ଏଡିଜେ କୋର୍ଟରେ ହାଜର କରିଥିଲେ ।
ପାଟଣାଗଡ଼ ବିଧାୟକଙ୍କୁ ମିଳିଲା ବେଲ୍
Reviewed by Sushreejyoti Routray
on
July 06, 2019
Rating:
No comments: