ଚନ୍ଦ୍ରଯାନ-୨: ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ, ଏପରି ସାନ୍ତ୍ୱନା ଦେଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ରୁ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋର ବୈଜ୍ଞାନିକ ମାନେ ଭାଙ୍ଗି ପଡିଛନ୍ତି । ଲ୍ୟାଣ୍ଡର ବିକ୍ରମ ୨.୧ କିଲୋମିଟର ଦୂରରେ ଅବତରଣ ପୂର୍ବରୁ ଇସ୍ରୋ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ଚନ୍ଦ୍ରଯାନ-୨ର ମାତ୍ର ୫ ପ୍ରତିଶତ ମିଶନ ବିଫଳ ହୋଇଛି । କିନ୍ତୁ ୯୫% ସଫଳ ହେବା ସହ ସବୁଠାରୁ ବଡ଼ ଭାଗ ଅର୍ଥାତ ଅର୍ବିଟର ଏବେ ବି ଚନ୍ଦ୍ରକୁ ପ୍ରଦକ୍ଷଣ କରୁଛି । ସେଥି ପାଇଁ ୯୫% ମିଶନ ସଫଳ ହୋଇଥିବା ଇସ୍ରୋ ବୈଜ୍ଞାନିକ କହିଛନ୍ତି । ଏକ ବର୍ଷ ଧରି ଚନ୍ଦ୍ରଯାନ-୨ର ରୋଭର ଫଟୋ ଉଠାଇବ । ଲ୍ୟାଣ୍ଡର ବିକ୍ରମର ଅବସ୍ଥିତି ବାବଦରେ ମଧ୍ୟ ଇସ୍ରୋକୁ ସୂଚନା ଦେବ ।

ଆଜି ଇସ୍ରୋ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଦାୟ ଦେଉଥିବା ବେଳେ ଇସ୍ରୋ ମୁଖ୍ୟ କେ ଶିବନ କାନ୍ଦି ପକାଇଥିଲେ । ଏହା ପରେ ଶିବନଙ୍କୁ କୋଳାଇ ନେଇ ମୋଦୀ ସାନ୍ତ୍ୱନା ଦେବା ସହ  ପିଠି ଥାପୁଡାଇ ତାଙ୍କର ସାହାସକୁ ବଢାଇଥିଲେ ।  ଏହା ସହ ମୋଦୀ କହିଥିଲେ, 'ଆମେ ନିଶ୍ଚିତ ରୂପେ ସଫଳ ହେବା। ଏହି ଅଭିଯାନର ଆଗାମୀ ପ୍ରୟାସରେ ଏବଂ ଏହା ପରେ ସମସ୍ତ ପ୍ରୟାସରେ ସଫଳତା ଆମ ସାଥୀରେ ଥିବ। ପ୍ରଧାନମନ୍ତ୍ରୀ କହିଥିଲେ, ସବୁ କଷ୍ଟ, ସବୁ ସଂଘର୍ଷ, ସମସ୍ତ କଠିନ ପରିସ୍ଥିତି ଆମକୁ କିଛି ନୂଆ ଜିନିଷ ଶିଖାଇ ଯାଇଥାଏ। କିଛି ନୂଆ ଆବିଷ୍କାର, ନୂଆ ଟେକ୍ନୋଲୋଜି ପାଇଁ ପ୍ରେରଣା ଦେଇଥାଏ। ଏଥିରୁ ଆମର ଆଗାମୀ ସଫଳତା ସ୍ଥିର ହୋଇଥାଏ। ଜ୍ଞାନର ଯଦି କେହି ସବୁଠାରୁ ବଡ଼ ଶିକ୍ଷକ ଥାନ୍ତି, ତେବେ ସେ ହେଉଛି ବିଜ୍ଞାନ। ବିଜ୍ଞାନରେ ବିଫଳତା ନ ଥାଏ, କେବଳ ପ୍ରୟୋଗ ଏବଂ ପ୍ରୟାସ ଥାଏ।'
ଚନ୍ଦ୍ରଯାନ-୨: ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ, ଏପରି ସାନ୍ତ୍ୱନା ଦେଲେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ-୨: ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ, ଏପରି ସାନ୍ତ୍ୱନା ଦେଲେ ପ୍ରଧାନମନ୍ତ୍ରୀ Reviewed by Sushreejyoti Routray on September 07, 2019 Rating: 5

No comments:

Powered by Blogger.