ଆଜିଠୁ ବଢିଲା ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ ?


୨୦୧୯-୨୦ ଆର୍ଥିକ ବଜେଟରେ ସେସ୍ ଲାଗିବା ପରେ ପେଟ୍ରୋଲ ଓ ଡିଜେଲର ଦର ବଢିଯାଇଛି.. 
ସାରା ଦେଶରେ ଆଜିଠାରୁ ପେଟ୍ରୋଲ ୨.୫୦ ଟଙ୍କା ଓ ଡିଜେଲ ୨.୩୦ ଟଙ୍କା ପ୍ରତି ଲିଟର ପିଛା ବଢିଛି ..
ଗତକାଲି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଆଗତ କରୁଥିବା ବେଳେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ, ଯାହା ଦ୍ୱାରା ସରକାରୀ ପାଣ୍ଡିକୁ ୨୮.୦୦୦ କୋଟିର ଆୟ ହେବ ବୋଲି ସରକାର ଦାବି କରିଥିଲେ..

ଦିଲ୍ଲୀରେ ପେଟ୍ରୋଲର ଦର ଲିଟର ପିଛା ୭୨ଟଙ୍କା ୯୬ ପଇସା ଓ ଡିଜେଲର ଦର ୬୬ ଟଙ୍କା ୬୯ ପଇସାକୁ ବୃଦ୍ଧି ପାଇଛି..
ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ୫୭ ପଇସା ହୋଇଥିବା ବେଳେ ଡିଜେଲ ଦର ୬୯ ଟଙ୍କା ୯୦ ପଇସା ହୋଇଛି ..
କୋଲକତାରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୧୫ ପଇସା ଓ ଡିଜେଲ ୬୮ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି ..
ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୫ଟଙ୍କା ୭୬ ପଇସା ଓ ଡିଜେଲ ୭୦ ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି..
ଆଜିଠୁ ବଢିଲା ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ ? ଆଜିଠୁ ବଢିଲା ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ ? Reviewed by Sushreejyoti Routray on July 06, 2019 Rating: 5

No comments:

Powered by Blogger.