ରାଶି ଅନୁସାରେ ଜାଣନ୍ତୁ କଣ ଚାହାନ୍ତି ଆପଣଙ୍କ ଜୀବନସାଥୀ !


ନିଜର ଦାମ୍ପତ୍ୟ ଜୀବନକୁ ସମସ୍ତେ ଖୁସିରେ କାଟିବାକୁ ଚାହାନ୍ତି । ଏନେଇ ପୁଅ ହେଉ ବା ଝିଅ ନିଜ ମନ ପସନ୍ଦର ଜୀବନସାଥୀଟିଏ ଚୟନ କରିଥାନ୍ତି । କିନ୍ତୁ ଜଣେ ପୁରୁଷ କିଭଳି ସ୍ୱଭାବର ନାରୀ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ଜଣେ ନାରୀ କିଭଳି ପୁରୁଷ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି ତାହା ମଧ୍ୟ ଗ୍ରହ, ନକ୍ଷତ୍ର କିମ୍ବା ରାଶିଚଳନ ଉପରେ ନିର୍ଭର କରିଥାଏ । ତାହେଲେ ଆସନ୍ତୁ ଜାଣିବା ରାଶି ହିସାବରେ କଣ ଚାହୁଁଛନ୍ତି ଆପଣଙ୍କ ପାର୍ଟନର ..

ମେଷ: ମେଷ ରାଶିର ପୁଅ ଏମିତି ଝିଅମାନଙ୍କୁ ପସନ୍ଦ କରନ୍ତି, ଯେଉଁମାନେ ବିନା କୌଣସି ଦ୍ୱିଧାରେ ନିଜର ସମସ୍ତ କଥା ତାଙ୍କ ପାଖରେ କହି ପାରନ୍ତି । ଏହି ପୁରୁଷ ଆପଣଙ୍କର ଭାବନାକୁ ଏବଂ ଆବଶ୍ୟକକୁ ଅଧିକରୁ ଅଧିକ ଜାଣିବାକୁ ଚାହାନ୍ତି । ତେଣୁ ଆପଣ ତାଙ୍କ ପ୍ରଶଂସା କରି ତାଙ୍କ ମନ ଜିତି ପାରିବେ ।

ବୃଷ: ଏହି ରାଶିର ପୁରୁଷ ସୁନ୍ଦରୀ ମହିଳାମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି । ତାଙ୍କୁ ଆକର୍ଷିତ କରିବାକୁ ସଜବାଜ ହୋଇ ତାଙ୍କ ସମ୍ମୁଖକୁ ଯାଆନ୍ତୁ । ଏହା ବ୍ୟତୀତ ଏମାନେ ଖାଇବା ଜିନିଷ ପ୍ରତି ବେଶୀ ସଉକ ରଖିଥାନ୍ତି ଏବଂ ଆରାମକୁ ପସନ୍ଦ କରନ୍ତି । ତେଣୁ ସ୍ୱାଦିଷ୍ଟ ଭୋଜନ ଦ୍ଵାରା ତାଙ୍କ ହୃଦୟକୁ ଜିତିପାରିବେ ଆପଣ ।

ମିଥୁନ: ଏହି ରାଶିର ପୁରୁଷ ଶାରୀରିକ ସୌନ୍ଦର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଆପଣଙ୍କ କେତେକ କଥା ତାଙ୍କୁ ଅନେକଭାବେ ଆକର୍ଷିତ କରିଥାଏ । ତେଣୁ ତାଙ୍କ ସହ ମିଠା ମିଠା କଥା ହେଲେ ସେମାନେ ସହଜରେ ଆପଣଙ୍କୁ ବିଶ୍ୱାସ କରନ୍ତି । ଆପଣ ତାଙ୍କୁ ସମସ୍ତଙ୍କଠାରୁ ଅଧିକ ଭଲ ପାଆନ୍ତି ବୋଲି ଜଣାଇଲେ ସେ ଆପଣଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି ।

କର୍କଟ: ଏହି ରାଶିର ପୁରୁଷ ମଜାଳିଆ, ସ୍ୱାଭିମାନୀ ଓ ଆତ୍ମବିଶ୍ୱାସୀ ମହିଳାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । କାରଣ ସେମାନେ ସାଧାରଣତଃ ନିଜ ଅସୁରକ୍ଷିତ ଭାବନାରେ ଶିକାର ହୋଇଥାନ୍ତି । ଆପଣ ଆପଣଙ୍କ ମଜାଳିଆ ସ୍ୱଭାବରେ ଏହି ଭାବନା ଜାଗ୍ରତ କରନ୍ତୁ ଯେ, ଆପଣଙ୍କ ସହ ରହିବା ଫଳରେ ତାଙ୍କର ଦୁଃଖଯନ୍ତ୍ରଣା ଦୂର ହୋଇଯିବ ଏବଂ ଟିକେ ହାଲକା ଅନୁଭବ ହେବ । ତାଙ୍କ ପ୍ରତି ଯେତେ ଆତ୍ମୀୟତା ଦେଖାଇବେ ସେ ଆପଣଙ୍କ ସେତେ ନିକଟତର ହେବେ ।

ସିଂହ: ଏହି ରାଶିର ପୁଅମାନେ ଟିକିଏ ଅଭିମାନୀ ହୋଇଥାନ୍ତି । ଏମାନେ ଅନ୍ୟକୁ ଆକର୍ଷିତ କରିବା ପାଇଁ ସବୁବେଳେ ଇଚ୍ଛା ରଖନ୍ତି । ନିଜେ ବି ଏମିତି ମହିଳାମାନଙ୍କ ଦ୍ୱାରା ଆକର୍ଷିତ ହେବାକୁ ଇଚ୍ଛା ରଖନ୍ତି । ଏହି ପୁରୁଷମାନେ ଏମିତି ମହିଳାମାନଙ୍କୁ ପସନ୍ଦ କରନ୍ତି ଯିଏ ଦୃଢ ମନୋବଳଧାରିଣୀ । ସବୁବେଳେ ମନା କରୁଥିବା ମହିଳା ଏବଂ ଧନୀ ମହିଳାମାନଙ୍କୁ ଏହି ରାଶିର ପୁରୁଷ ଅଧିକ ପସନ୍ଦ କରିଥାନ୍ତି ।

କନ୍ୟା: ଏହି ରାଶିର ପୁରୁଷମାନେ ଭିନ୍ନ ଧରଣର ହୋଇଥାନ୍ତି ଏବଂ ଆତ୍ମବିକାଶକୁ ସେମାନେ ଅଧିକ ଗୁରୁତ୍ୱ ଦିଅନ୍ତି । ସେମାନେ ସାଧାରଣତଃ ତଥ୍ୟାତ୍ମକ କଥା ଅଧିକ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କୁ ଲାଜକୁଳି ମହିଳା ଅଧିକ ପସନ୍ଦ ।

ତୁଳା: ଏହି ରାଶିର ପୁରୁଷମାନେ ଶାନ୍ତ, ସରଳ ଓ ବେଶୀ କଥା କହୁନଥିବା ମହିଳାଙ୍କୁ ପସନ୍ଦ କରନ୍ତି । ଏମାନେ ଆପଣଙ୍କ ଶରୀରର ସାଜସଜା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି । ଏହି ପୁରୁଷମାନଙ୍କୁ ଆକର୍ଷିତ କରିବାକୁ ଭଲ ପରଫୁ୍ୟମ ଲଗାଇବା ଦରକାର । ଯଦି ଆପଣଙ୍କୁ ତାଙ୍କର କୌଣସି କଥା ଭଲ ନଲାଗେ, ତେବେ ତାଙ୍କୁ ଶାନ୍ତ ଓ ସରଳ ଭାବରେ ବୁଝାନ୍ତୁ ।

ବିଛା: ଏହି ରାଶିର ପୁରୁଷ କିଛି ମାତ୍ରାରେ କ୍ରୋଧ ସ୍ୱଭାବର ହୋଇଥାନ୍ତି । କିନ୍ତୁ ଏମାନେ ମହିଳାମାନଙ୍କ ବ୍ୟକ୍ତିତ୍ୱକୁ ସବୁବେଳେ ଜାଣିବାକୁ ଚେଷ୍ଟା କରିଥାନ୍ତି । ଏମାନେ ଏମିତି ମହିଳାଙ୍କୁ ପସନ୍ଦ କରନ୍ତି, ଯେଉଁମାନେ ଚୁଲବୁଲି ସ୍ୱଭାବର ହୋଇଥାନ୍ତି । ଯଦି ସେ ଜାଣିବାକୁ ପାଇଲେ ଯେ, ଆପଣ ଜଣେ ଆଜ୍ଞାକାରୀଙ୍କ ପରି ତାଙ୍କ ରାୟକୁ ସବୁବେଳେ ଟିକିନିଖିି ପରି ଦେଖିଥାନ୍ତି, ତାହେଲେ ଏମାନେ ଜୀବନସାରା ଆପଣଙ୍କୁ ଅପେକ୍ଷା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଛୋଟ ଛୋଟ କଥାରେ ରାଗିବା ଏମାନଙ୍କର ସ୍ୱଭାବ । ତେଣୁ ତାଙ୍କୁ ସମ୍ଭାଳିବା ପାଇଁ ଚେହେରା ଉପରେ ହସ ଦେଖାଇବାକୁ ପଡିଥାଏ ।

ଧନୁ: ଏହି ରାଶିର ପୁରୁଷମାନେ ସାଧାରଣତଃ ଅଧିକ ଗପୁଥିବା ମହିଳାଙ୍କୁ ପସନ୍ଦ କରନ୍ତି । ଏମାନେ ଶାନ୍ତ, ସରଳ ସ୍ୱଭାବର ହୋଇଥାନ୍ତି ବୋଲି ଏମାନେ ମହିଳମାନଙ୍କର ପ୍ରତ୍ୟେକ କଥାକୁ ଜାଣିବା ପାଇଁ ଚେଷ୍ଟା କରନ୍ତି ନାହିଁ । ଯେତିକି ଦରକାର, ସେତିକି ଜାଣନ୍ତି ।

ମକର: ଏହି ରାଶିର ପୁରୁଷମାନେ ନିଜର ପ୍ରଶଂସା ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି । ଏମାନେ ଉପରକୁ ଦୃଢ ଦେଖାଯାଇଥାନ୍ତି । କିନ୍ତୁ ମନ ଭିତରେ ଅସୁରକ୍ଷାର ଭାବନାରେ ଗ୍ରାସିତ ହୋଇଥାନ୍ତି । ଏମାନଙ୍କୁ ଆକର୍ଷିତ କରିବାକୁ ହେଲେ ନିଜ ପୋଷାକପତ୍ର ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

କୁମ୍ଭ: ଏହି ରାଶିର ପୁରୁଷମାନେ ଆଦର୍ଶକୁ ବେଶୀ ଗୁରୁତ୍ୱ ଦିଅନ୍ତି । ଏମାନେ ବୁଦ୍ଧିମାନ ଓ ଆତ୍ମନିର୍ଭରଶୀଳ ମହିଳାଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଶରୀରର ସୌନ୍ଦର୍ଯ୍ୟ ଏମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖେନାହିଁ ।

ମୀନ: ଏହି ରାଶିର ପୁରୁଷମାନେ ଏପରି ହୋଇଥାନ୍ତି ଯେ, ଆପଣ ଯେମିତି ଚାହିଁବେ ସେମାନେ ସେମିତି ଆପଣଙ୍କ ନିକଟତର ହୋଇପାରିବେ । ଏମାନେ ମହିଳାମାନଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଏହି ରାଶିର ପୁରୁଷମାନେ ଅଧିକ କଳ୍ପନା କରିଥାନ୍ତି ।
ରାଶି ଅନୁସାରେ ଜାଣନ୍ତୁ କଣ ଚାହାନ୍ତି ଆପଣଙ୍କ ଜୀବନସାଥୀ ! ରାଶି ଅନୁସାରେ ଜାଣନ୍ତୁ କଣ ଚାହାନ୍ତି ଆପଣଙ୍କ ଜୀବନସାଥୀ ! Reviewed by Sushreejyoti Routray on July 07, 2019 Rating: 5

No comments:

Powered by Blogger.