ନିଜର ପ୍ରେମ ସମ୍ପର୍କକୁ ମଜଭୁତ୍ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ..


କୌଣସି ସମ୍ପର୍କକୁ ଗଢିବାକୁ ବହୁତ ସମୟ ଲାଗୁଥିବା ବେଳେ ତାହା ଭାଙ୍ଗିବାକୁ ବହୁତ କମ ସମୟ ଲାଗିଥାଏ - ସେଥିପାଇଁ ସମ୍ପର୍କକୁ ମଜଭୁତ କରିବା ପାଇଁ ଉଭୟ ପୁରୁଷ ଓ ନାରୀ ପ୍ରୟାସ କରିବା ବହୁତ ଜରୁରୀ । ସବୁକିଛି ସାମ୍ନାଲୋକ ଉପରେ ଛାଡି ଯଦି ଆପଣ କିଛି ନକରି ବସିପଡ଼ନ୍ତି ତେବେ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବ । କାରଣ କୌଣସି ବି ସମ୍ପର୍କ ଏକତରଫା ହୋଇ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥାଏ । ଏନେଇ ଆପଣ ଆପଣଙ୍କ ତରଫରୁ ବି କିଛି ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣଙ୍କ ସମ୍ପର୍କରେ ମଧୁରତା ପୁଣି ଥରେ ଫେରି ଆସିବ । ଯଦି ଆପଣ ଆପଣଙ୍କ ସମ୍ପର୍କକୁ ମଜଭୁତ ରଖିବା ପାଇଁ ଚାହାନ୍ତି, ତେବେ ଆପଣାନ୍ତୁ ଏହି ଟିପ୍ସ..

-: କାହା ସାଥିରେ ଯଦି ଆପଣ ଖୁସିରେ ରହିବାକୁ ଚାହାନ୍ତି, ତେବେ ପ୍ରଥମେ ଆପଣ ନିଜେ ଖୁସି ରହିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଏକ ଖୁସି ଓ ମଜେଦାର ପାର୍ଟନର ଭାବେ ପରିଚିତ ହୋଇପାରିବେ । ଆପଣଙ୍କ ସମ୍ପର୍କରେ ତିକ୍ତତା ମଧ୍ୟ କମ୍ ଆସିବ ।

–:  ଯେକୌଣସି ସମ୍ପର୍କରେ କଥାହେବା ନିହାତି ଦରକାର । ନିଜର ପାର୍ଟନରଙ୍କୁ ନିଜର ଭାବନା ବ୍ୟକ୍ତ କରିବା ସହିତ ତାଙ୍କ ଜବାବ ବି ଶୁଣ । ଯଦି ଆପଣଙ୍କର କୌଣସି ସମସ୍ୟା ରହିଛି, ତେବେ ଆପଣଙ୍କ ପାର୍ଟନରଙ୍କୁ ନିଶ୍ଚିତ କୁହନ୍ତୁ । ଯଦି ଆପଣଙ୍କ ପାର୍ଟନର ଏହା ବିଷୟରେ ଅନ୍ୟ କାହାଠାରୁ ଜାଣନ୍ତି , ତେବେ ଆପଣଙ୍କ ସମସ୍ୟାରେ ଫାଟ ଉତ୍ପର୍ଣ୍ଣ ହୋଇପାରେ । ନିଜର ସମସ୍ତ କଥା କହିବା ଦ୍ୱାରା ସମ୍ପର୍କରେ ବିଶ୍ୱାସ ବଢିବା ସହିତ ସମ୍ପର୍କ ଆହୁରୀ ମଜଭୁତ ହୋଇଥାଏ । ସେଥିପାଇଁ ନିଜ ପାର୍ଟନରଙ୍କୁ ନିଜର ସୁଖ, ଦୁଃଖ କହିବା ପାଇଁ ଭୁଲନ୍ତୁ ନାହିଁ ।


-: ସଚ୍ଚୋଟତା ବା ସାଧୁତା ସବୁ ସମ୍ପର୍କର ମୂଳ ମନ୍ତ୍ର ଅଟେ । ଏଥିରୁ ବିଶ୍ୱାସ ବଢିଥାଏ । ଯଦି ଆପଣ ନିଜ ପାର୍ଟନରଙ୍କୁ କୌଣସି ଛୋଟ କଥା ବି ଲୁଚାଇବେ, ତେବେ ତାହା ଆପଣଙ୍କ ସମ୍ପର୍କକୁ ନଷ୍ଟ କରିପାରେ ।

-: ଆପଣ ନିଜ ପାର୍ଟନରଙ୍କୁ କିଛି ସ୍ପେସ୍ ବା ଫ୍ରିଡମ୍ ଦେବା ଅତ୍ୟନ୍ତ ଜରୁରୀ । ଯଦି ଆପଣ ସବୁବେଳେ ନିଜ ପାର୍ଟନରଙ୍କୁ ସବୁକାମରେ ମନା କରନ୍ତି ବା ତାଙ୍କ ସବୁ କାମରେ ହସ୍ତକ୍ଷେପ କରନ୍ତି, ତେବେ ତାଙ୍କୁ ଶ୍ୱାସରୋଧ ପରି ମନେ ହୁଏ । ଅଧିକ ବନ୍ଧୁ ଓ ଅଲଗା କାମ ପାଇଁ ଉଚ୍ଛୁକ ହେବା ଖରାପ ନୁହେଁ । ଏହାକୁ କେନ୍ଦ୍ର କରି ଆପଣ ନିଜ ପାର୍ଟନର ସହ ଝଗଡା କରନ୍ତୁ ନାହିଁ ।


-: ଦୁହେଁ ଦୁହିଁଙ୍କର ଚିନ୍ତାଧାରା ଓ ମହତ୍ୱକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏଥିପାଇଁ ଜଣେ ଅନ୍ୟଜଣଙ୍କର କଥାକୁ ଧ୍ୟାନରେ ଶୁଣିବା ଓ ସେହି କାମ ପାଇଁ ପାର୍ଟନରଙ୍କୁ ପ୍ରୋତ୍ସାହିତ କରିବା ନିହାତି ଦରକାର ।

– : କୁହାଯାଏ କି, କ୍ଷମା କରିବା ଲୋକ ସବୁଠୁ ବଡ ଓ ଦୟାଳୁ ହୋଇଥାଏ । ଏହି ନିୟମ ସମ୍ପର୍କରେ ବି ଲଗାନ୍ତୁ, କ୍ଷମା ମାଗିବା ଓ କ୍ଷମା କରିଦେବା ସମସ୍ତେ ଶିଖନ୍ତୁ । ଭୁଲ ତ ସମସ୍ତଙ୍କ ଦ୍ୱାରା ହୋଇଥାଏ, ଏଥିପାଇଁ ଆପଣ ଆପଣଙ୍କ ପାର୍ଟନରଙ୍କୁ କ୍ଷମା କରନ୍ତୁ ବା ଯଦି ନିଜେ ଭୁଲ କରିଛନ୍ତି ତେବେ ଆପଣଙ୍କ ପାର୍ଟନରଙ୍କଠାରୁ କ୍ଷମା ମାଗନ୍ତୁ ।


-: ଦୁହିଁଙ୍କ ସହଯୋଗ ହିଁ ସମ୍ପର୍କକୁ ମଜଭୁତ କରିଥାଏ । ଯଦି ଆପଣଙ୍କ ପାର୍ଟନର କିଛି ଭଲ କାମ କରିବାକୁ ଯାଉଛନ୍ତି, ତେବେ ଆପଣ ତାଙ୍କ ପୁର୍ଣ୍ଣ ସହଯୋଗ କରନ୍ତୁ ।

–:  ସେକ୍ସ ବିଷୟରେ ବି ଆପଣ ନିଜ ପାର୍ଟନରଙ୍କ ସହିତ ଖୋଲାଖୋଲି ଭାବେ ଓ ଆନ୍ତରିକତା ସହିତ କଥା ହୁଅନ୍ତୁ । ନିଜ ପାର୍ଟନରଙ୍କୁ ନିଶ୍ଚିତ କୁହନ୍ତୁ କି, କଣ ଆପଣଙ୍କୁ ଭଲ ଲାଗେ ଓ କଣ ଖରାପ ଲାଗେ । ନିଜ ପାର୍ଟନର ସହ ଭୁଲରେ ବି ସେମିତି କିଛି କରନ୍ତୁ ନାହିଁ, ଯେଉଁଥିରେ ସେ ଅରାଜି ଥିବେ ।
ନିଜର ପ୍ରେମ ସମ୍ପର୍କକୁ ମଜଭୁତ୍ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ.. ନିଜର ପ୍ରେମ ସମ୍ପର୍କକୁ ମଜଭୁତ୍ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ.. Reviewed by Sushreejyoti Routray on July 08, 2019 Rating: 5

No comments:

Powered by Blogger.