ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସରୁ ଆଜି ଏକ ଯାତ୍ରୀବାହି ବସ୍ ତଳକୁ ଖସିପଡିଛି । ଏହି ସଡକ ଦୁର୍ଘଟଣାରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିବାର ସୂଚନା ମିଳିଛି ।
ସୂଚନାଯୋଗ୍ୟଯେ, ବସଟି ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଆଗ୍ରାର ଝରଣା ନଳକୁ ଖସିପଡିଥିଲା । ଅବଧ ଡିପୋ ଜନରଥ ବସ ଏକ୍ସପ୍ରେସୱେର ରେଲିଂଗ ଭାଙ୍ଗି ୫୦ ଫୁଟ ତଳକୁ ନଳାରେ ଖସିପଡ଼ିଛି। ବସରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତ ରାଶି ଦେବାକୁ ଘୋଷଣା କରିଛନ୍ତି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପୋଲ ତଳକୁ ଖସିପଡିଲା ବସ୍ : ୨୯ ମୃତ, ୧୭ ଆହତ
Reviewed by Sushreejyoti Routray
on
July 08, 2019
Rating:
![ପୋଲ ତଳକୁ ଖସିପଡିଲା ବସ୍ : ୨୯ ମୃତ, ୧୭ ଆହତ](https://blogger.googleusercontent.com/img/b/R29vZ2xl/AVvXsEjosjZHQ6DnY4YADOeVYDP-L6B7VKhi14cVjIkw69py-FeAFxNqGf2R7LtKmaoGelC61WbvmUARCN3usv9SNzAF26ymmAgmLA5k3gbHGXm8RvUS5l4f6DihTlKEPUqa2vnB4dxH65J9NTrQ/s72-c/agra-bus-accident.jpg)
No comments: