ନୂଆଦିଲ୍ଲୀ,୧୫ ।୮: ସ୍ୱାଧୀନତା ଦିବସ ଅବସରରେ ବି ପାକିସ୍ତାନ ନିଜର କାର୍ଯ୍ୟକଳାପରୁ ବିରତି ହୋଇନାହିଁ । ଆଜି ପୁଣି ଜମ୍ମୁ-କାଶ୍ମୀରର ଉରୀ ଓ ରାଜୌରୀଠାରେ ନିଜ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । କିନ୍ତୁ ପାକିସ୍ତାନ ସେନାର କଡା ଜବାବ ଦେଇଛନ୍ତି ଭାରତୀୟ ଯବାନ । ତେବେ ଭାରତୀୟ ଯବାନଙ୍କ ପାଲଟା ଜବାବରେ ୩ ପାକିସ୍ତାନ ଟଳିଥିବା ସୂଚନା ମିଳିଛି । କିନ୍ତୁ ପାକିସ୍ତାନ ସୈନ୍ୟଙ୍କ ଗୁଳିରେ କୌଣସି ଭାରତୀୟ ଯବାନ ସହିଦ ହୋଇନଥିବା ବେଳେ ଏହାକୁ ନେଇ ପାକିସ୍ତାନ ମିଛ କହିଛି । ପାକିସ୍ତାନର କହିବା ମୁତାବକ, ଗୁଳି ବିନିମୟରେ ୫ ଭାରତୀୟ ସହିଦ ହୋଇଛନ୍ତି , କିନ୍ତୁ ଏହାକୁ ଭାରତ ଖଣ୍ଡନ କରିଛି ।
ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଥିବା ୩ ପାକିସ୍ତାନୀ ଯବାନଙ୍କ ନାମ ହେଉଛି ନାଇକ ତନବୀର, ସେପୋଏ ରମଜାନ୍ ଓ ନାଇକ ତୈମୁର ।
ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ୩ ପାକିସ୍ତାନୀ
Reviewed by Sushreejyoti Routray
on
August 15, 2019
Rating:
Reviewed by Sushreejyoti Routray
on
August 15, 2019
Rating:





No comments: