ଖାଦ୍ୟପେୟ ଠିକ୍ ସମୟରେ ନଖାଇବା ବା ମୋବାଇଲରେ ଅଧିକ ସମୟ ଲାଗିବାକୁ ନେଇ ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢୀ ଯାଏଁ, ସମସ୍ତଙ୍କର ଦୃଷ୍ଟି ଶକ୍ତି କମ୍ ହେବାରେ ଲାଗିଛି । ଯେଉଁଥିପାଇଁ ସେମାନେ ଚଷମାର ବ୍ୟବହାର କରୁଛନ୍ତି ବା ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଯାହାଦ୍ୱାରା ସେମାନଙ୍କୁ ଚଷମାର ସାହାଯ୍ୟ ନେବାକୁ ପଡ଼ୁଛି। ହେଲେ ଥରେ ଏହି ଚଷମା ଯଦି ଆପଣଙ୍କର ଅଭ୍ୟାସରେ ପଡ଼ିଯାଏ ତେବେ ଏହି ଅଭ୍ୟାସକୁ ଛାଡିବା ବହୁତ କଷ୍ଟକର ହୋଇପଡ଼େ। ଆଜିକାଲି ଅପରେସନ ଦ୍ବାରା ମଧ୍ୟ ଚଷମାକୁ ହଟାଯାଇପାରୁଛି। କିନ୍ତୁ ଏପରି କିଛି ସହଜ ଘରୋଇ ଉପାୟ ରହିଛି ଯାହାଦ୍ବାରା ଅପରେସନ୍ କିମ୍ବା ଚଷମାର ଆବଶ୍ୟକ ପଡ଼ିବ ନାହିଁ। କାରଣ ଏହି ଉପାୟ ଆପଣାଇବା ଦ୍ବାରା ଚକ୍ଷୁ ସୁରକ୍ଷିତ ରହିବା ସହ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା ଦୃଷ୍ଟିଶକ୍ତି ବଢାଇବାର କେତେକ ଘରୋଇ ଉପାୟ..
- ଦୈନିକ ସକାଳୁ ସବୁଜ ଘାସ ଉପରେ ଚାଲିବା ଦ୍ବାରା ଚଷମା ପିନ୍ଧିବାର ଆବଶ୍ୟକତା ପଡ଼ିବ ନାହିଁ। ଏହାଦ୍ବାରା ଦୃଷ୍ଟିଶକ୍ତି ତୀବ୍ର ହୋଇଥାଏ।
- ଆଖିରୁ ଚଷମା ହଟାଇବା ପାଇଁ ତଥା ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ଭିଟାମିନ-ଇ ବହୁତ ଆବଶ୍ୟକ ହୋଇଥାଏ । ତେଣୁ ଭିଟାମିନ-ଇ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ ।
- ଶୋଇବା ପୂର୍ବରୁ ପାଦକୁ ସଫା ପାଣିରେ ଧୋଇ ପାଦ ତଳେ ସୋରିଷ ତେଲ ମାଲିସ କରିବା ଦ୍ବାରା ଦୃଷ୍ଟିଶକ୍ତି ଖୁବଶୀଘ୍ର ବଢ଼ିଥାଏ।
- ଆଖି ପାଇଁ ତ୍ରିଫଳା ବହୁତ ଲାଭକାରୀ ହୋଇଥାଏ। ରାତିରେ ଶୋଇାବ ପୂର୍ବରୁ ତ୍ରିଫଳାକୁ ପାଣିରେ ଭିଜାଇ ସକାଳୁ ଏହି ପାଣିରେ ମୁହଁ ଧୋଇ ଦିଅନ୍ତୁ।
- ଗୋଲାପ ପତ୍ରକୁ ଏକ ଗ୍ଲାସ ପାଣିରେ ଭିଜାଇ ରଖିଦିଅନ୍ତୁ। ତା’ପରେ ସେହି ଗୋଲାପ ଜଳକୁ ଆଖିରେ ପକାଇବା ମଧ୍ୟ ଚକ୍ଷୁ ପାଇଁ ଲାଭଦାୟକ ହୋଇଥାଏ।
- ଗାଜର ଖାଇବା ଦ୍ବାରା ମଧ୍ୟ ଦୃଷ୍ଟିଶକ୍ତି ବଢ଼ିଥାଏ । ଗାଜର ଓ ବିଟ୍ ଜୁସ୍ ପିଇବା ଦ୍ବାରା ଶରୀରରେ ଆଇରନର ଅଭାବ ହୋଇ ନ ଥାଏ । ଫଳରେ ଚଷମାର ଆବଶ୍ୟକତା ପଡ଼େନାହିଁ ।
- ଛୋଟ ଅଳେଇଚକୁ ପେଶୀ ଏକ ଚାମଚ କ୍ଷୀର ସହିତ ମିଶାଇ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ଏହାଦ୍ବାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ ।
ଦୃଷ୍ଟିଶକ୍ତି ବଢାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ
Reviewed by Sushreejyoti Routray
on
August 13, 2019
Rating:
Reviewed by Sushreejyoti Routray
on
August 13, 2019
Rating:





No comments: