ହୀରାକୁଦରେ ବଢୁଛି ଜଳସ୍ତର


ସମ୍ବଲପୁର : ପ୍ରବଳ ବର୍ଷା କାରଣରୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ଦିନକୁ ଦିନ ଜଳସ୍ତର ବଢିବା କାରଣୁ ଆସନ୍ତା ୧୪ ତାରିଖରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ । ହୀରାକୁଦରେ ବର୍ତ୍ତମାନ ଜଳସ୍ତର ରହିଛି ୬୧୫.୩୭ ଫୁଟ୍ । ସେକେଣ୍ଡ ପ୍ରତି ୯୫,୦୫୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୧୮ ହଜାର ୭୬୨ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ତେବେ ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଛି ।
ହୀରାକୁଦରେ ବଢୁଛି ଜଳସ୍ତର ହୀରାକୁଦରେ ବଢୁଛି ଜଳସ୍ତର Reviewed by Sushreejyoti Routray on August 12, 2019 Rating: 5

No comments:

Powered by Blogger.