କଶ୍ମୀରରେ ମଦ ଦୋକାନ ଖୋଲିବାକୁ ପିଏମଙ୍କୁ ଅପିଲ କଲେ ଯୁବକ, ଭାଇରାଲ ହେଲା ଭିଡିଓ...


ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦକୁ ନେଇ ମୋଦୀ ସରକାରଙ୍କ ଐତିହାସିକ ଫଇସଲାକୁ ସାରାଦେଶରେ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ସ୍ୱାଧୀନତାର ୭୨ ବର୍ଷ ପରେ ଏହା ସବୁଠାରୁ ବଡ଼ ରାଜନୈତିକ ନିଷ୍ପତ୍ତି ଥିଲା । ତେବେ ଏହି ଧାରା ଉଚ୍ଛେଦ ପରେ କାଶ୍ମୀରରେ ୧୪୪ ଧାରା ଲାଗୁ ହେବ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ପରିସ୍ଥିତିରେ ଇଣ୍ଟରନେଟରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ କଶ୍ମୀରରେ ମଦ ଦୋକାନ ଖୋଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ କରିଛନ୍ତି ।

https://twitter.com/nisheethsharan/status/1158756113237413888

ଭିଡିଓରେ ଯୁବକଜଣଙ୍କ ତଳେ ବସି, ମୋଦୀଜୀ କଶ୍ମୀରରେ ସ୍କୁଲ ବନିଗଲା, ସଡ଼କ ବି ନିର୍ମାଣ ହୋଇଗଲା ଓ କଲେଜ ବି ତିଆରି ହୋଇଗଲା । ଏବେ ଅନନ୍ତନାଗରେ ଏକ ମଦ ଦୋକାନ ଖୋଲିବା ଦରକାର । କାରଣ ପୁଅମାନଙ୍କୁ ଗୋଟେ ବୋତଲ ପାଇଁ ଶ୍ରୀନଗର ଯିବାକୁ ପଡ଼ୁଛି । ଯିବା ଆସିବାରେ ୨୦୦-୩୦୦ଟଙ୍କା ଲାଗିଯାଉଛି । ଶ୍ରୀନଗର ପାଇଁ ମଦ ଦୋକାନ କିନ୍ତୁ ଅନନ୍ତନାଗ ପାଇଁ ନୁହେଁ । ଏଭଳି ଭେଦଭାବ କ’ଣ ପାଇଁ? ମୁଁ ମୋଦୀ ସରକାରଙ୍କୁ ଅପିଲ କରୁଛି, ସେ ଅନନ୍ତନାଗରେ ଗୋଟେ ମଦ ଦୋକାନ ଖୋଲନ୍ତୁ ବୋଲି କହୁଥିବା ଦେଖା ଯାଇଛି ।


କଶ୍ମୀରରେ ମଦ ଦୋକାନ ଖୋଲିବାକୁ ପିଏମଙ୍କୁ ଅପିଲ କଲେ ଯୁବକ, ଭାଇରାଲ ହେଲା ଭିଡିଓ... କଶ୍ମୀରରେ ମଦ ଦୋକାନ ଖୋଲିବାକୁ ପିଏମଙ୍କୁ ଅପିଲ କଲେ ଯୁବକ, ଭାଇରାଲ ହେଲା ଭିଡିଓ... Reviewed by Sushreejyoti Routray on August 12, 2019 Rating: 5

No comments:

Powered by Blogger.