ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ସୀମାରେ ଯବାନ ସହିଦ


ଶ୍ରୀନଗର,୧୭ ।୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ପାଗଳାମି ଦିନକୁ ଦିନ ବଢିବାରେ ଲାଗିଛି । ସେବେଠାରୁ ଭାରତକୁ ଆକ୍ରମଣ କରିବାରେ ଯୋଜନାରେ ଲାଗିପଡିଛି ପାକିସ୍ତାନ । ଏବେ ପାକିସ୍ତାନ ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟର ଓ ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।

ଆଜି ସକାଳୁ ସକାଳୁ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷଣ ଆରମ୍ଭ କରିଦେଇଥିଲା ପାକିସ୍ତାନ, ଯାହାର କଡା ଜବାବ୍ ଦେଇଥିଲେ ଭାରତୀୟ ସେନା । କିନ୍ତୁ ଏହି ଗୁଳି ବିନିମୟରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି ।

 ସହିଦ ହୋଇଥିବା ଯବାନ ଜଣକ ହେଉଛନ୍ତି ୩୫ ବର୍ଷିୟା  ସନ୍ଦୀପ ଥପ୍ପା  । ଡେରାଡୁନ୍ ବାସିନ୍ଦା ସନ୍ଦୀପ ଗତ ୧୫ ବର୍ଷ ହେବ ଭାରତୀୟ ସେନାରେ ଥିଲେ ।  
ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ସୀମାରେ ଯବାନ ସହିଦ ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ସୀମାରେ ଯବାନ ସହିଦ Reviewed by Sushreejyoti Routray on August 17, 2019 Rating: 5

No comments:

Powered by Blogger.