ପୁଣି ଟିକଟକ୍ ପ୍ରେମରେ ଫସିଲେ ପୋଲିସ ବାବୁ, ଭିଡିଓ ଭାଇରାଲ


ଲକ୍ଷ୍ନୌ ; ହ୍ୱାଟସଆପ୍, ଫେସବୁକ୍ ପରେ ଏଣିକି ଯୁବପିଢିମାନେ ଟିକ୍ ଟକ୍ ପ୍ରେମରେ ପଡିଗଲେଣି । ଯୁବପିଢିଙ୍କୁ ବାଦ୍ ଦେଲେ ନର୍ସ ଭଉଣୀ, ପୋଲିସମାନେ ବି ଏଥିରେ ଭିଡିଓ ବନାଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ୟୁନିଫର୍ମରେ ବା ଡ୍ୟୁଟି ଚାଲିଥିବା ବେଳେ ଟିକ୍ ଟକ୍ ଭିଡିଓ କରି କେତେକ ନିଜ ଚାକିରୀ ହରାଇଥିବା ବେଳେ ଏବେବି ଲୋକମାନେ ନିଜ ଅଭ୍ୟାସ ସୁଧାରୁନାହାନ୍ତି । ସେହିପରି ଏବେ ଆଉ ଜଣେ ପୋଲିସ ବାବୁଙ୍କ ଟିକ୍ ଟକ୍ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ସେହି ପୋଲିସ ବାବୁ ଜଣକ ହେଉଛନ୍ତି ଲକ୍ଷ୍ନୌର ପିଜିଆଇ ଥାନା ଅନ୍ତର୍ଗତ ସାଉଥ୍ ସିଟି ପୋଲଇସ ଇନଚାର୍ଜ ମହମ୍ମଦ ଆରିଫ ।



ତେବେ ମହମ୍ମଦଙ୍କ ୨ଟି ଭିଡିଓ ଏଣିକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଭିଡିଓରେ ମହମ୍ମଦ ଡାଇଲୋକରେ, ଏ ପୋଲିସ ଷ୍ଟେସନ, ତୁମ ବାପାଙ୍କ ଘର ନୁହେଁ ବୋଲି କହୁଥିବାର ଦେଖିବାକୁ ମିଳିଛି ।


ମହମ୍ମଦଙ୍କ ଏହି ଭିଡିଓ ଗତକାଲିଠାରୁ ଭାଇରାଲ ହେଉଥିବା ବେଳେ ଏହି ମାମଲାରେ ଏସପି  କଳାନିଧୀ ଯାଞ୍ଚ କରୁଛନ୍ତି । ଘଟଣାରେ ମହମ୍ମଦଙ୍କୁ ସ୍ପଷ୍ଟିକରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । 
ପୁଣି ଟିକଟକ୍ ପ୍ରେମରେ ଫସିଲେ ପୋଲିସ ବାବୁ, ଭିଡିଓ ଭାଇରାଲ ପୁଣି ଟିକଟକ୍ ପ୍ରେମରେ ଫସିଲେ ପୋଲିସ ବାବୁ, ଭିଡିଓ ଭାଇରାଲ Reviewed by Sushreejyoti Routray on September 17, 2019 Rating: 5

No comments:

Powered by Blogger.