ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମକୁ ନେଇ ଗତ କିଛିଦିନ ହେବ ଲୋକମାନେ ବେଶ୍ ହନ୍ତସନ୍ତ ହେଉଛନ୍ତି । ସାରା ଦେଶରେ କଡାକଡା ଚେକିଂ ପରେ ଲୋକେ ଗାଡି ବାହାର କରିବାକୁ ଡରୁଛନ୍ତି । ଟ୍ରାଫିକ୍ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ନେଉଛନ୍ତି ଚାଳକ । ଅନ୍ୟପଟେ କାଗଜପତ୍ର ପାଇଁ ଆରଟିଓ ଅଫିସରରେ ନାହିଁ ନଥିବା ଭିଡ ମଧ୍ୟ ଦେଖିବାକୁ ମିଳୁଛି । ଲୋକଙ୍କ ଏଭଳି ସମସ୍ୟାକୁ ଦୃଷ୍ଟିରେ ମୋଟର ଯାନ ଆଇନକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ତେବେ ଆଇନ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ୧୦ ଗୁଣା ଜୋରିମାନା ଦେବାକୁ ପଡୁଥିଲା । ଏହି ନିୟମକୁ ସଂଶୋଧନ କରାଯାଇ ନୂଆ ଟ୍ରାଫିକ୍ ନିୟମ ପାଇଁ ବିଚାରବିମର୍ଷ ଓ ତର୍ଜମା ଚାଲିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଦୁର୍ଘଟଣା କମାଇବା ଓ ଲୋକମାନଙ୍କ ଜୀବନ ରକ୍ଷା କରିବା ଆମର ଦାୟିତ୍ୱ ବୋଲି ମଧ୍ୟ ସେ କହିଛନ୍ତି । ଏହା ସହ ନୂଆ ଆଇନ ଅତ୍ୟଧିକ ଫାଇନ ନେଉଛି ବୋଲି ସେ କହିଛନ୍ତି ।
ଓଡିଶାରେ କୋହଳ ହେବ ଜୋରିମାନା ! ତର୍ଜମା ପରେ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀଙ୍କ ଦୃଢୋକ୍ତି
Reviewed by Sushreejyoti Routray
on
September 13, 2019
Rating:
Reviewed by Sushreejyoti Routray
on
September 13, 2019
Rating:






No comments: