ସଡକ ଦୁର୍ଘଟଣା ରୋକିବାକୁ ନବୀନଙ୍କ କଡା ନିର୍ଦ୍ଦେଶ- RTOରେ ଖୋଲାଯିବ ଅଧିକ ଆକାଉଣ୍ଟ


ଭୁବନେଶ୍ୱର: ରାଜ୍ୟରେ ସଡକ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସବୁ ଜିଲ୍ଲାପାଳ, ଏସପି ଓ ଆରଟିଓଙ୍କ ସହ ଆଲୋଚନା ଭିସି ଜରିଆରେ ମୁଖ୍ୟମନ୍ତ୍ରୀ କଥାହୋଇଛନ୍ତି । ନୂଆ ଟ୍ରାଫିକ୍ ନିୟମ ସମ୍ବନ୍ଧରେ କଥାହେବା ସହ ଦୁର୍ଘଟଣାକୁ ଏଡାଇବା ପାଇଁ ପଦକ୍ଷେପମାନ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହା ସହ ରାଟିଓ ଅଫିସରେ ଅଧିକ ଆକାଉଣ୍ଟ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦ୍ରୁତ, ନିଶାସକ୍ତ ଓ ବିପଜ୍ଜନକ ଚାଳକଙ୍କ ବିରୋଧରେ କଠୋର ହେବାକୁ ନବୀନ କହିଛନ୍ତି । ଏହା ସମେତ ୧୫ ଦିନ ମଧ୍ୟରେ ରାଟିଓ ଅଫିସକୁ ସମ୍ପୂର୍ଣ୍ଣ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । 
ସଡକ ଦୁର୍ଘଟଣା ରୋକିବାକୁ ନବୀନଙ୍କ କଡା ନିର୍ଦ୍ଦେଶ- RTOରେ ଖୋଲାଯିବ ଅଧିକ ଆକାଉଣ୍ଟ ସଡକ ଦୁର୍ଘଟଣା ରୋକିବାକୁ ନବୀନଙ୍କ କଡା ନିର୍ଦ୍ଦେଶ- RTOରେ ଖୋଲାଯିବ ଅଧିକ ଆକାଉଣ୍ଟ   Reviewed by Sushreejyoti Routray on September 26, 2019 Rating: 5

No comments:

Powered by Blogger.