ଲାଇଭ ଟିଭି ଚାଲିଥିବା ବେଳେ ମହିଳା ସାମ୍ବାଦିକାଙ୍କୁ ଚୁମ୍ବନ, ଭାଇରାଲ ହେଲା ଭିଡିଓ



ଲାଇଭ୍ ଟିଭି ଚାଲିଥିବା ବେଳେ ଜଣେ ମହିଳା ଖବର ସଂଗ୍ରହକାରୀ ବା ସାମ୍ବାଦିକାଙ୍କୁ କିସ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ହୋଇଛି । ଘଟଣାଟି ଆମେରିକାର କଣ୍ଟକୀ ସହର ସ୍ଥିତ ଲୋଇସବିଲେରେ ହୋଇଛି ବୋଲି ଜଣାପଡିଛି । ସ୍ଥାନୀୟ ଟିଭି ଚ୍ୟାନେଲ ବେବ-୩ରେ କାମ କରୁଥିବା ରିପୋର୍ଟର ବା ସାମ୍ବାଦିକା ସାରା ରିବେଷ୍ଟଙ୍କ ସହ ଏହି ଅସଦାଚରଣ ଘଟିଯାଇଛି ।

ତେବେ ଖବର ମୁତାବକ, ଏହି ଘଟଣାରେ ଆରୋପୀ ହେଉଛନ୍ତି ଏରିନ୍ ଗୁଡମେନ୍ ନାମକ ୪୨ ବର୍ଷିୟା ଜଣେ ବ୍ୟକ୍ତି । ସେପ୍ଟେମ୍ବର ୨୧ ତାରିଖରେ ରିପୋର୍ଟର କଣ୍ଟକୀରେ ହେଉଥିବା Bourbon & Beyond ଉତ୍ସବ ସମୟରେ ରିପୋର୍ଟିଙ୍ଗ୍ କରୁଥିବା ବେଳେ ତାଙ୍କ ସହ ଘଟିଥିଲା ଏହି ଘଟଣା । ତେବେ ଭାଇରାଲ୍ ହେବାପରେ ଅଭିଯୁକ୍ତ ସାରାଙ୍କୁ କ୍ଷମାପ୍ରାର୍ଥନା କରିଥିବା ବେଳେ ସାରା ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ କ୍ଷମା କରିଛନ୍ତି ।


ଲାଇଭ ଟିଭି ଚାଲିଥିବା ବେଳେ ମହିଳା ସାମ୍ବାଦିକାଙ୍କୁ ଚୁମ୍ବନ, ଭାଇରାଲ ହେଲା ଭିଡିଓ ଲାଇଭ ଟିଭି ଚାଲିଥିବା ବେଳେ ମହିଳା ସାମ୍ବାଦିକାଙ୍କୁ ଚୁମ୍ବନ, ଭାଇରାଲ ହେଲା ଭିଡିଓ Reviewed by Sushreejyoti Routray on September 29, 2019 Rating: 5

No comments:

Powered by Blogger.