ନୂଆଦିଲ୍ଲୀ: ଜବାହାର ଲାଲ ନେହେରୁ ୟୁନିଭରସିଟି (ଜେଏନୟୁର)ର ପୂର୍ବତନ ଛାତ୍ର ନେତା ତଥା କାଶ୍ମୀର ନେତା ଶେହଲା ରସିଦଙ୍କ ବିରୋଧରେ ଦେଶଦ୍ରୋହ ମାମାଲା ରୁଜୁ ହୋଇଛି । ସେନାର ଯବାନଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା ଓ ଜମ୍ମୁ-କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଥିବା କହି ସୋଶିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି ।
ତେବେ ୧୮ ଅଗଷ୍ଟରେ ଶେହଲା ଟ୍ୱିଟରେ ବହୁ ଆପତ୍ତିଜନକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ କାଶ୍ମୀରବାସୀଙ୍କୁ ସେନା ଅତ୍ୟାଚାର କରୁଥିବା କୁହାଯାଇଥିଲା । ଏହି ଅଭିଯୋଗକୁ ସେନା ପକ୍ଷରୁ ଖଣ୍ଡନ କରାଯାଇଥିଲା । ପରେ ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ଆଜି ଶେହଲାଙ୍କ ନାଁରେ ୧୨୫-ଏ, ୧୫୩-ଏ, ୧୫୩, ୫୦୪ ଓ ୫୦୫ ଅନୁଯାୟୀ ଦେଶଦ୍ରୋହର ମାମଲା ରୁଜୁ କରିଛି ।
ସେନାଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇଥିବା ଶେହଲା ରସିଦଙ୍କ ନାଁମରେ ଦେଶଦ୍ରୋହ ମାମଲା
Reviewed by Sushreejyoti Routray
on
September 06, 2019
Rating:
Reviewed by Sushreejyoti Routray
on
September 06, 2019
Rating:





No comments: