ଆଜି ହେଉଛି ଭଗବାନ୍ ଶ୍ରୀଗଣେଷଙ୍କ ବିଶେଷ ପୂଜା ଅର୍ଥାତ୍ ଗଣେଷ ଚତୁର୍ଦ୍ଦଶୀ । ଗଣେଷ ଚତୁର୍ଥୀରେ ଭଗବାନଙ୍କୁ ଶୁଭ ସମୟରେ ସ୍ଥାପନା କରିବା ଫଳପ୍ରଦ ହୋଇଥାଏ । ଏହା ବ୍ୟତିତ ରାଶି ଅନୁସାରେ ଶ୍ରୀଗଣେଷଙ୍କୁ ଭୋଗ ଚଢାଇବା ଦ୍ୱାରା ମହାବରଦାନ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଶ୍ରୀଗଣେଷଙ୍କୁ କେଉଁ ଭୋଗ ଲଗାଇବା ଜରୁରୀ..
ମେଷ:- ମେଷ ରାଶିର ଲୋକମାନେ ଭଗବାନଙ୍କୁ ଲାଲ ରଙ୍ଗର ଫୁଲ ଚଢାଇବା ସହ ମୋଦକ ପିଠା ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ପାରିବାରିକ କଳହ ଦୂରେଇ ଯିବା ସହ ଧନପ୍ରାପ୍ତିର ଯୋଗ ରହିଛି ।
ବୃଷ:- ବୃଷ ରାଶି ଲୋକମାନେ ଶ୍ରୀଗଣେଷଙ୍କୁ ଗୋଲାପୀ ରଙ୍ଗର ବସ୍ତ୍ର ଅର୍ପଣ କରିବା ସହ ନଡିଆ ଚଢାନ୍ତୁ । ଏହା ଦ୍ୱାରା ଆପଣ ସମସ୍ତ ସଙ୍କଟରୁ ରକ୍ଷା ପାଇବେ ଓ ଆପଣଙ୍କୁ ପ୍ରଚୁର ଧନପ୍ରାପ୍ତି ହେବ ।
ମିଥୁନ:- ମିଥୁନ ରାଶିର ଲୋକମାନେ ଗଣପତି ବାବାଙ୍କୁ ୧୦୮ ଦୁବପତ୍ର ଚଡାନ୍ତୁ । ଏହା ଦ୍ୱାରା ସବୁଜ ରଙ୍ଗର ଫଳକୁ ଗରୀବ ଲୋକଙ୍କୁ ଦାନ କରନ୍ତୁ । ଏହା ଦ୍ୱାରା କାରବାର ବା ବାଣିଜ୍ୟରେ ଲାଭ ହେବା ସହ ବହୁ ସମସ୍ୟାର ସମାଧାନ ହେବ ।
କର୍କଟ:- କର୍କଟ ରାଶିର ଲୋକମାନେ ଭଗବାନ୍ ଗଣପତିଙ୍କୁ ଗୋଲାକାର ଲଢୁ ବା ମିଠା ଭୋଗ ଲଗାଇବା ସହ ଗଂ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ମାନସିକ ଚିନ୍ତା ଦୂରେଇ ଯିବ ।
ସିଂହ:- ସିଂହ ରାଶିର ଲୋକମାନେ ଶ୍ରୀଗଣେଷଙ୍କୁ ଲାଲ୍ ରଙ୍ଗର ମିଠାନ୍ନ ଓ ସବୁଜ ଫଳ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଅଚାନକ୍ ଆସୁଥିବା କ୍ରୋଧ କମ୍ ହେବ ସହ ଚାକିରୀ ସମସ୍ୟା ଦୂରେଇ ଯିବ ।
କନ୍ୟା:- କନ୍ୟା ରାଶିର ଲୋକମାନେ ଶ୍ରୀଗଣେଷଙ୍କୁ ପେଠା ମିଠାନ୍ନ ଚଢାଇବା ସହ ଲବଙ୍ଗ ଅର୍ପଣ କରନ୍ତୁ । ଏହା ଦ୍ୱାରା ପାରିବାରିକ କଳହ ଶେଷ ହେବା ସହ ଧନପ୍ରାପ୍ତିର ଯୋଗ ରହିଛି ।
ତୁଳା :- ତୁଳା ରାଶିର ଲୋକମାନେ ଗଣପତି ବାବାଙ୍କୁ ଲାଲ୍ ରଙ୍ଗର ମିଠାନ୍ନ ଅର୍ପଣ କରିବା ସହ ୨ ସୁପାରୀ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ମଧୁରତା ବଢିଥାଏ ।
ବିଛା:- ବିଛା ରାଶିର ଲୋକମାନେ ବାବା ଗଣପତିଙ୍କୁ ଲାଲ୍ ଗୁଡହଲ ଫୁଲ ତଥା ଗୋଲାପ ଅତର ଅର୍ପଣ କରିବା ସହ ୧୧ଟି ମୋଦକ ଭଗବାନଙ୍କୁ ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ପିଲା ଜନିତ ସମସ୍ତ ସମସ୍ୟା ଦୂରେଇ ଯିବ ।
ଧନୁ:- ଧନୁ ରାଶିର ଲୋକମାନେ ଗଣପତି ବାବାଙ୍କୁ ନିଜ ବୟସ ଅନୁସାରେ ଲଡୁ ଭୋଗ ଲଗାଇବା ସହ ସେହି ଭୋଗକୁ ଗରୀବ ଲୋକ ବା ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖରେ ଅତିବାହିତ ହେବ ।
ମକର:- ମକର ରାଶିର ଲୋକମାନେ ଭଗବାନ ମଙ୍ଗଳ ମୂର୍ତ୍ତିଙ୍କୁ ଲାଲ୍ ବସ୍ତ୍ରରେ ନଢିଆ ଗୁଢାଇ କଳସ ସହ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଜମି ବାବଦୀୟ ସମସ୍ତ ସମସ୍ୟା ଦୂରେଇ ଯିବ ।
କୁମ୍ଭ:- କୁମ୍ଭ ରାଶିର ଲୋକମାନେ ଭଗବାନ ଗଣପତିଙ୍କୁ ଏକଚତୁର୍ଥାଂଶ ସବୁଜ ବସ୍ତ୍ର ସମେତ କୁମକୁମ୍ ଓ ମୋଦକ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ବିଦ୍ୟା ବା ପାଠକୁ ନେଇ ସୃଷ୍ଟି ହେଉଥିବା ସମସ୍ୟାର ସମଧାନ ହେବ ।
ମୀନ:- ମୀନ ରାଶିର ଲୋକମାନେ ଗଣପତି ବାବାଙ୍କୁ ଦୁଇଟି ଧଳା ସୂତା ଓ କମଳା ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଧନପ୍ରାପ୍ତିରରେ ଯୋଗ ରହିଛି ।
ରାଶି ଅନୁସାରେ ଗଣପତି ବାବାଙ୍କୁ ଚଢାନ୍ତୁ ଏହି ଭୋଗ, ମିଳିବ ମହାବରଦାନ
Reviewed by Sushreejyoti Routray
on
September 02, 2019
Rating:
Reviewed by Sushreejyoti Routray
on
September 02, 2019
Rating:












No comments: