ନୂଆଦିଲ୍ଲୀ: ସାରାଦେଶରେ ଟ୍ରାଫିକ୍ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଲାଗୁ ହୋଇଛି । ଏହି ନିଷ୍ପତ୍ତିକୁ କେତେକ ଜାଗାରେ ବିରୋଧ କରାଯାଉଥିବା ବେଳେ ଉତ୍ତରାଖଣ୍ଡରେ ଏଥିରେ କିଛିଟା ସଂଶୋଧନ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନୂଆ ଟ୍ରାଫିକ୍ ନିୟମରେ ଜୋରିମାନା ରାଶିକୁ ୫୦ % ହ୍ରାସ କରିଛନ୍ତି ଉତ୍ତରାଖଣ୍ଡ ସରକାର ।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଉତ୍ତରାଖଣ୍ଡରେ ଟ୍ରାଫିକ୍ ନିୟମ ସଂଶୋଧନ କରାଯାଇ ରାଜ୍ୟରେ ଲାଗୁ କରାଯିବ । ଧାରା ୧୭୭ ଅନୁସାରେ ଭାରତ ସରକାର ଟ୍ରାଫିକର ନୂଆ ଆଇନର ଜରିଆରେ ଜୋରିମାନା ଆଦାୟ କରିବେ ।
ତେବେ ଆସନ୍ତୁ ଜାଣିବା କେଉଁଥିରେ କେତେଟଙ୍କା ହ୍ରାସ ପାଇଛି..
୧-ନୂଆ ନିୟମ ଅନୁସାରେ, ହେଲମେଟ୍ ନପିନ୍ଧି ଗାଡି ଚଲାଉଥିଲେ ୫୦୦୦ ହଜାର ତଣ୍ଡ ଗଣିବାକୁ ପଡି । କିନ୍ତୁ ଉତ୍ତରାଖଣ୍ଡରେ ୨୫୦୦ ଟଙ୍କା ଦେବାକୁ ପଡିବ ।
୨-ଗାଡି କାଗଜପତ୍ର ପାଇଁ ୧,୦୦,୦୦୦ ଟଙ୍କା ବଦଳରେ ୫୦,୦୦୦ ଟଙ୍କା ଦେବାକୁ ପଡିବ ।
୩- ସେହିପରି ଭୁଲ୍ ନମ୍ବର ପ୍ଲେଟ୍ ଲଗାଇଲେ ୫,୦୦୦ ଟଙ୍କା, ଦ୍ରୁତ ଗତିରେ ଗାଡି ଚଳାଇଲେ ୨୦୦୦ ଟଙ୍କା ଜୋରିମାନା ଭରିବାକୁ ପଡିବ । ଏହା ସହ ଭୁଲ ପ୍ରଣାଳୀରେ ଗାଡି ଚଳାଇଲେ ୨୦୦୦ଟଙ୍କା ଦେବାକୁ ପଡିବ ।
ଉତ୍ତରାଖଣ୍ଡରେ ଵଦଳିଲା ଟ୍ରାଫିକ୍ ନିୟମ, ଅଧା ହେଲା ଜୋରିମାନା
Reviewed by Sushreejyoti Routray
on
September 11, 2019
Rating:
Reviewed by Sushreejyoti Routray
on
September 11, 2019
Rating:






No comments: