ଦୁନିଆର ସବୁଠାରୁ ଗରିବ ଦେଶ ଭାବେ ପରିଚିତ ଆଫ୍ରିକାର ସ୍ଵାଜିଲ୍ୟାଣ୍ଡରେ ପ୍ରାୟ ୬୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହିଥାନ୍ତି । କିନ୍ତୁ ଏଠାକାର ରାଜା ଅତ୍ୟନ୍ତ ବିଳାସମୟ ଜୀବନ ଯାପନ କରୁଛନ୍ତି । ସ୍ଵାଜିଲ୍ୟାଣ୍ଡର ରାଜା ମସ୍ୱତି-୩ଙ୍କ ୧୫ ଜଣ ପତ୍ନୀ ଅଛନ୍ତି । ନିକଟରେ ରାଜା ନିଜ ପତ୍ନୀମାନଙ୍କ ପାଇଁ ୧୧୯ କୋଟି ଟଙ୍କାର ବିଳାସପୂର୍ଣ୍ଣ କାର କିଣିବାରୁ ଏହାକୁ ନେଇ ବହୁ ବିରୋଧ କରାଯଇଛି ।
ତେବେ ସ୍ଵାଜିଲ୍ୟାଣ୍ଡ ବହୁ କାରଣ ପାଇଁ ବଦନାମ ହୋଇଛି । ଏଠାରେ ବହୁ ବିବାହ ପ୍ରଥା ଚାଲିଥାଏ । ବର୍ତ୍ତମାନ ସୁଦ୍ଧା ରାଜାଙ୍କର ୧୫ ଜଣ ପତ୍ନୀ ରହିଥିବା ବେଳେ ୨୫ଟି ସନ୍ତାନ ସନ୍ତତି ରହିଛନ୍ତି । ଗତ ବର୍ଷ ରାଜାଙ୍କର ଗୋଟିଏ ପତ୍ନୀ ପ୍ରାଣ ହରାଇଥିଲେ । ସ୍ଵାଜିଲ୍ୟାଣ୍ଡରେ ପ୍ରତି ବର୍ଷ ରୀଡ ଡାନ୍ସ ଉତ୍ସବ ଆୟୋଜିତ ହୁଏ। ଡିସେମ୍ବର ମାସରେ ଆୟୋଜିତ ହେଉଥିବା ଏହି ଉତ୍ସବରେ ଦେଶର ପ୍ରାୟ ୪୦ ହଜାର ଯୁବତୀ ଅଂଶ ଗ୍ରହଣ କରନ୍ତି। ଏହି ଉତ୍ସବର ନିୟମ ଅନୁଯାୟୀ, ପ୍ରତି ବର୍ଷ ଏହି ଯୁବତୀମାନଙ୍କ ମଧ୍ୟରୁ ରାଜା ନିଜ ପାଇଁ ପତ୍ନୀ ଚୟନ କରିଥାନ୍ତି। ଯେଉଁ ଯୁବତୀମାନେ ଏହାକୁ ବିରୋଧ କରି ଉତ୍ସବରେ ଅଂଶ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ପରିବାର ଜୋରିମାନା ଦେବା ସହ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ସ୍ଵାଜିଲ୍ୟାଣ୍ଡର ରାଜା ନିଜର ୧୫ ଜଣ ପତ୍ନୀଙ୍କ ପାଇଁ ୧୫ଟି ରୋଲସ-ରୋୟସ ଏବଂ ୧୨ଟି ବିଏମ୍ଡବ୍ଲୁ କାର କିଣିଛନ୍ତି । ଗତବର୍ଷ ରାଜା ନିଜ ଜନ୍ମ ଦିବସ ଅବସରରେ ଦେଶର ନାମ ସ୍ଵାଜିଲ୍ୟାଣ୍ଡ ବଦଳାଇ ଇଶ୍ୱତିନି ରଖିଥିଲେ । ଆଜି ମଧ୍ୟ ଲୋକେ ଏହି ଦେଶକୁ ସ୍ଵାଜିଲ୍ୟାଣ୍ଡ ନାମରେ ଜାଣନ୍ତି ।
ରାଜା ନିଜେ ୧୪୩୪ କୋଟିର ମାଲିକ ହୋଇଥିବା ବେଳେ ଘରୋଇ ଜେଟ୍ସ ଠାରୁ ଆରମ୍ଭ କରି ବିମାନବନ୍ଦରର ସେ ମାଲିକ ସାଜିଛନ୍ତି । ତାଙ୍କ ଘରର ବାର୍ଷିକ ବଜେଟ୍ ୪୩୭ କୋଟି ଟଙ୍କା ବୋଲି ଜଣାପଡିଛି। ରାଜା ନିଜ ପରିବାର ପ୍ରତି ଏତେ ବଡ ରକମର ଅର୍ଥ ଖର୍ଚ୍ଚ କରିବାକୁ ନେଇ ସାଧାରଣ ଜନତା ରାଜାକୁ ବିରୋଧ କରିଛନ୍ତି।
୧୫ ଜଣ ପତ୍ନୀଙ୍କ ସହ ରହୁଛନ୍ତି ଗରିବ ଦେଶର ରାଜା, ପତ୍ନୀଙ୍କ ପାଇଁ କିଣିଲେ ୧୦୦ କୋଟିର କାର୍
Reviewed by Sushreejyoti Routray
on
November 25, 2019
Rating:
No comments: