ତେବେ କାଉଙ୍କ ରଙ୍ଗ ପରିବର୍ତ୍ତନ ପଛରେ ବୈଜ୍ଞାନିକ କାରଣ ରହିଛି । ଧଳା କାଉ ମଧ୍ୟ କଳା କାଉ ପରି ଦୃଶ୍ୟ ହେଉଥିବା ବେଳେ ଅନୁବଂଶିକ ଦୋଷ କାରଣରୁ କିଛି କାଉଙ୍କ ରଙ୍ଗ ଧଳା ହୋଇଥାଏ । ଦୁନିଆରେ କାଉଙ୍କ ଏପରି ବହୁ ପ୍ରଜାତି ଦେଖିବାକୁ ମିଳିଥାଏ ।
ତେବେ ପୌରାଣିକଅନୁସାରେ, କାଉ ଧଳାରୁ କଳା ହେବାର ଅନେକ କାରଣ ରହିଛି । ପୂର୍ବରୁ ଜଣେ ଋଷି ଏକ ଧଳା କାଉକୁ ଅମୃତ ଖୋଜିବାକୁ ପଠାଇଥିଲେ । ବହୁତ ଖୋଜାଖୋଜି ପରେ କାଉଟି ଅମୃତ ପାଇବା ପରେ କ୍ଲାନ୍ତ ଓ ଲାଳସାରେ ଆସି ସେ ସେଥିରୁ କିଛି ଅମୃତ ପାନ କରିଥିଲା । ଅମୃତ ପିଇ ସାରିବା ପରେ ଧଳା କାଉଟି ଏହି ବିଷୟରେ ଋଷିଙ୍କୁ ଜଣାଇଥିଲା ।
ଅମୃତ ପିଇବା କଥା ଶୁଣି ରାଗିଯିବା ସହ ଧଳା କାଉକୁ ଅଭିଶାପ ଦେଇ ଋଷି କହିଥିଲେ ଯେ, ତୋତେ ଆଜିଠାରୁ ଲୋକମାନେ ଘୃଣା କରିବା ଓ ଅଶୁଭ ଭାବିବେ । ଏହା ପରେ କାଉକୁ ନିଜ କମଣ୍ଡଳରରେ ଥିବା କାଣିରେ ବୁଡାଇ ଧଳା ରଙ୍ଗରୁ କଳା କରିଥିଲେ ସେହି ଋଷି । ସେହି ଦିନଠାରୁ କାଉର ରଙ୍ଗ କଳା ହୋଇଯାଇଛି ।
ମଧ୍ୟପ୍ରଦେଶରେ ଦେଖାଗଲା ଧଳା କାଉ, ଅମୃତ ପିଇବା ପରେ ଅଭିଶାପ କାରଣରୁ ହୋଇଥିଲା କଳା!
Reviewed by Sushreejyoti Routray
on
November 26, 2019
Rating:
No comments: