ମହାରାଷ୍ଟ୍ରରେ ନୂଆ ଟ୍ଵିଷ୍ଟ, ଇସ୍ତଫା ଦେଲେ ଅଜିତ ପାୱାର !


ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି  ଟ୍ଵିଷ୍ଟ ଦେଖିବାକୁ ମିଳିଛି । ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଜିତ ପାୱାର । ଅଜିତଙ୍କୁ ଆଜି ମନାଇବାକୁ ଉଦ୍ୟମ କରିଥିଲେ ଏନସିପି ଦଳର ମୁଖ୍ୟ ଶରଦ ପାୱାରଙ୍କ ଝିଅ ସୁପ୍ରିୟା । ଅନ୍ୟପଟେ ଆଜି ଅପରାହ୍ନ ସାଢ଼େ ୩ଟାରେ ସାମ୍ବାଦିକ ସମ୍ମିଳନୀ ସହ ବଡ଼ ଘୋଷଣା କରିପାରନ୍ତି ଦେବେନ୍ଦ୍ର ଫଡ଼ନଭିସ । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଗୁପ୍ତ ସୂତ୍ରରୁ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୩ତାରିଖ ଦିନ ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି । ରାଜ୍ୟରେ ସରକାର ଗଠନ ବିରୋଧରେ ରବିବାର ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଆବେଦନ କରିଥିଲେ ଶିବସେନା, କଂଗ୍ରେସ ଓ ଏନସିପି ।
ମହାରାଷ୍ଟ୍ରରେ ନୂଆ ଟ୍ଵିଷ୍ଟ, ଇସ୍ତଫା ଦେଲେ ଅଜିତ ପାୱାର ! ମହାରାଷ୍ଟ୍ରରେ ନୂଆ ଟ୍ଵିଷ୍ଟ, ଇସ୍ତଫା ଦେଲେ ଅଜିତ ପାୱାର ! Reviewed by Sushreejyoti Routray on November 26, 2019 Rating: 5

No comments:

Powered by Blogger.