ମାଞ୍ଚେଷ୍ଟର: ମାଞ୍ଚେଷ୍ଟରରେ ଆଜି ଖେଳାଯାଉଥିବା ଆଇସିସି ବିଶ୍ୱକପ୍ କ୍ରିକେଟର ପ୍ରଥମ ସେମିଫାଇନାଲରେ ନ୍ୟୁଜଲାଣ୍ଡ-ଭାରତ ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ନ୍ୟୁଜଲାଣ୍ଡ । କିନ୍ତୁ ବର୍ଷା ଯୋଗୁଁ ମ୍ୟାଚରେ ବାଧାପ୍ରାପ୍ତ ଦେଇଥିଲା । ବର୍ଷା ବନ୍ଦ ପରେ ପଡିଆକୁ ଶୁଖାଇବାକୁ କାର୍ଯ୍ୟ ଜାରିରହିଛି । ଆଉ ବର୍ଷ ନହେଲେ ମ୍ୟାଚ ଖେଳାଯିବ ସମ୍ଭାବନା ରହିଛି ।
ତେବେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୨୧୧ା୫ କରିଥିବା ବେଳେ ମ୍ୟାଚ ମଝିରେ ବର୍ଷା ସାଜିଥିଲା । ଆଜି ଯଦି ନ୍ୟୁଜିଲାଣ୍ଡ ବ୍ୟାଟିଂ ନକରେ ଭାରତ ପାଇଁ ସମ୍ଭାବ୍ୟ ଟାର୍ଗେଟ ଦିଆଯାଇଛି । ୪୬ ଓଭର ଖେଳ ହେଲେ ୨୩୬ ରନ, ୪୦ ଓଭର ଖେଳ ହେଲେ ୨୨୩ ରନ, ୩୫ ଓଭର ଖେଳ ହେଲେ ୨୦୯ ରନ, ୩୦ ଓଭର ଖେଳ ହେଲେ ୧୯୨ ରନ, ୨୫ ଓଭର ଖେଳ ହେଲେ ୧୬୨ ରନ, ଏବଂ ୨୦ ଓଭର ଖେଳ ହେଲେ ୧୪୮ ରନ କରିବାକୁ ପଡ଼ିବ । ତେବେ ଯବି ମ୍ୟାଚ୍ ପୁଣି ଥରେ ଆରମ୍ଭ ହୁଏ, ତେବେ ଭାରତ ପାଇଁ ସମସ୍ୟା ବଢିଯିବ ।
ମାଞ୍ଚେଷ୍ଟରରେ ଛାଡିଲା ବର୍ଷା, ଖେଳ ହେଲେ ଭାରତ ପାଇଁ ବଢିବ ସମସ୍ୟା
Reviewed by Sushreejyoti Routray
on
July 09, 2019
Rating:
No comments: