ବିଧାୟକ ପଦରୁ ଇସ୍ତଫା ଦେଲେ ନାଗେଶ


କର୍ଣ୍ଣାଟକରେ ୧୩ ବିଧାୟକ ଇସ୍ତଫା ଦେବାପରେ ଜେଡିଏସ୍-କଂଗ୍ରେସ ଗଠବନ୍ଧନ ସରକାର ଉପରେ  ଆଜି ପୁଣି ବିପଦ ମାଡ଼ିବସିଛି । ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ବୁଝାଇବାରେ ଲାଗିପଡିଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଲାଗିଛି ଆଉ ଏକ ଝଟକା । ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନିର୍ଦ୍ଦଳୀୟ ବିଧାୟକ ନାଗେଶ । ଜେଡିଏସ୍ ସରକାର ସମର୍ଥନ ପ୍ରତ୍ୟାହାର କରିଛନ୍ତି ନାଗେଶ । ସମର୍ଥନ ପ୍ରତ୍ୟାହାର ନେଇ ସେ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି  । କଂଗ୍ରେସର ଦାବି ସରକାର ଉପରେ କୌଣସି ବିପଦ ନାହିଁ ସେ କହିଛନ୍ତି ।


ତେବେ କର୍ଣ୍ଣାଟକର ବିଧାନସଭାରେ ମୋଟ୍ ୨୨୪ଟି ସିଟ୍ ଥିବା ବେଳେ ବହୁମତ ପାଇଁ ୧୧୩ ସିଟ୍ ଦରକାର । ବର୍ତ୍ତମାନ ସମୟରେ ବିଜେପିର ବିଧାୟକଙ୍କ ସଂଖ୍ୟା ୧୦୫ ରହିଛି । ଅନ୍ୟପଟେ କଂଗ୍ରେସ ପାଖରେ ୮୦ ଓ ଜେଡିଏସ୍ ପାଖରେ ୩୭ ବିଧାୟକ ରହିଛନ୍ତି । ଏହି ପରି ଭାବେ କଂଗ୍ରେସ ଓ ଜେଡିଏସ୍ ଗଠବନ୍ଧନ ସରକାରଙ୍କ ପାଖରେ ୧୧୭ ବିଧାୟକ ରହିଛନ୍ତି । କିନ୍ତୁ ୧୩ ବିଧାୟକଙ୍କ ଇସ୍ତଫା ପରେ କୁମାରସ୍ୱାମୀଙ୍କ ଅଖଚଖ ବନ୍ଦ ହୋଇପଡିଛି । ଏପଟେ ନାଗେଶଙ୍କ ଇସ୍ତଫା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡିଛି ।
ବିଧାୟକ ପଦରୁ ଇସ୍ତଫା ଦେଲେ ନାଗେଶ ବିଧାୟକ ପଦରୁ ଇସ୍ତଫା ଦେଲେ ନାଗେଶ Reviewed by Sushreejyoti Routray on July 08, 2019 Rating: 5

No comments:

Powered by Blogger.