ଏହି କାରଣ ପାଇଁ ବୋଲ୍ଡ ସ୍କିନ୍ କରିବା ପାଇଁ ବାଧ୍ୟ ହୋଇଥିଲେ ଅଭିନେତ୍ରୀ, ଜାଣନ୍ତୁ


ମୁମ୍ବାଇ: ସାଉଥର ବହୁ ସିନେମାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ସୁନ୍ଦରୀ ଅମଲା ପାର୍ଲ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ତାଙ୍କର ବହୁଚର୍ଚ୍ଚିତ ସିନେମା ‘ଅଦାଇ’ର ଟିଜର ରିଲିଜ୍ ହୋଇଛି । ଯାହାକୁ ଦେଖିବା ପରେ ଦର୍ଶକମାନେ ଆଶ୍ଚର୍ଯ୍ୟ ହେବା ସହ କମେଣ୍ଟ ଦେଉଥିବାର ଦେଖିବାକୁ ମିଳୁଛି । ଏହି ସିନେମାରେ ଅମଲା ଛୋଟ ଡ୍ରେସ୍ ଓ ବୋଲ୍ଡ ଭୂମିକାରେ ନଜର ଆସିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି ।


ତେବେ ଏହି ସିନେମାରେ ଅମଲା ପାଲ୍ ଏପରି ଏକ ଝିଅ ଭୂମିକାରେ ନଜର ଆସୁଛନ୍ତି, ଯେ କି ଗୋଟିଏ ରାତିରେ ନିଶା ଅବସ୍ଥାରେ ନିଖୋଜ ହୋଇଯାଉଛନ୍ତି । ଅଦାଇ ସିନେମାକୁ ନେଇ ଅମଲା ଏକ ବଡ ଖୁଲାସା କରିଛନ୍ତିି । ସେ କହିଥିଲେ କି – ‘ଏହି ସିନେମା ପୂର୍ବରୁ ମୋତେ ରେପ୍ ପୀଡିତା, ସଂଘର୍ଷ କରୁଥିବା ମହିଳା, ଭଉଣୀ ଓ ମା ଭୂମିକା ଅଭିନୟ କରିବା ପାଇଁ ଅଫର୍ ମିଳିଥିଲା । ଯେଉଁଥି ପାଇଁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପାଇଁ ବାଧ୍ୟ ହୋଇଥିଲି । ଏହା ପରେ ଦିନେ ମୋତେ ‘ଅଦାଇ’ରେ କାମ କରିବାକୁ ଅଫର୍ ଆସିଲା । ଏହି ସିନେମାର ସ୍କିଫ୍ଟ ପଢିବା ପରେ ମୋତେ ଷ୍ଟୋରୀ ବହୁତ ଭଲ ଲାଗିଥିଲା । ପୁଣି ଏହି ସିନେମା ହିନ୍ଦର, ତାମିଲ ଓ ଇଂରାଜୀରେ ରିଲିଜ ହେବା କଥା ଶୁଣି ମୁଁ ରାଜି ହୋଇଯାଇଥିଲି ।  ଏହା ପରେ ଫିଲ୍ମର ନିର୍ଦ୍ଦେଶକ ମୋତେ ଫିଲ୍ମର ପୂରା କାହାଣୀ କହିବା ସହ ଏଥିରେ ଏକ ଉଲଗ୍ନ ସ୍କିନ୍ ଅଛି ବୋଲି କହିଥଲେ । ଯେଉଁଥିପାଇଁ ମୋତେ ସ୍ପେଶାଲ ଡ୍ରେସ୍ ପିନ୍ଧିବାକୁ ପଡିବ ।’


ଏହା ପରେ ଅମଲା କହିଥିଲେ କି, ମୁଁ ସେହି ସିନକୁ ଠିକ୍ ଭାବରେ କରିପାରି ନଥାନ୍ତି ଯଦି ସେଠାରେ ଉପସ୍ଥିତ ଥିବା ଲୋକେ ଭଲ ହୋଇନଥାନ୍ତେ । ଏହା ସହ ଅମଲାଙ୍କ ଏହି ଫଟୋରେ କମେଣ୍ଟ କରୁଥିବା ଲୋକଙ୍କୁ ମଧ୍ୟ ସେ ସଠିକ୍ ଜବାବ୍ ଦେଇଛନ୍ତି । ସିନେମା ଜଗତରେ ଆଜି ଯାଏ ବି ଭଲ ଲୋକ ଅଛନ୍ତି ବୋଲି ସେ କହିଥିଲେ ।

ଏହି କାରଣ ପାଇଁ ବୋଲ୍ଡ ସ୍କିନ୍ କରିବା ପାଇଁ ବାଧ୍ୟ ହୋଇଥିଲେ ଅଭିନେତ୍ରୀ, ଜାଣନ୍ତୁ ଏହି କାରଣ ପାଇଁ ବୋଲ୍ଡ ସ୍କିନ୍ କରିବା ପାଇଁ ବାଧ୍ୟ ହୋଇଥିଲେ ଅଭିନେତ୍ରୀ, ଜାଣନ୍ତୁ Reviewed by Sushreejyoti Routray on July 08, 2019 Rating: 5

No comments:

Powered by Blogger.