ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତଙ୍କୁ ମାସିକ ୧୦ ହଜାର ଟଙ୍କାର ମିଳିବ ସହାୟତା ରାଶି


ଭୁବନେଶ୍ୱର: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଥିବା ବେଳେ ଏସମାନଙ୍କ ମଧ୍ୟରୁ ୪୫ ଜଣଙ୍କ ଦେହାନ୍ତ ହୋଇସାରିଛି ବୋଲି ସୂଚନା ମିଳିଛି ।


ତେବେ ନିକଟରେ ପଦ୍ମଶ୍ରୀ ଦୈତାରୀ ନାଏକ ପୁରସ୍କାର ଫେରାଇବାକୁ ଚାହିଁଥିଲେ । ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଥିଲା । ଏହା ପରେ ପଦ୍ମଶ୍ରୀ ବିଜେତାଙ୍କୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତଙ୍କୁ ମାସିକ ୧୦ ହଜାର ଟଙ୍କାର ମିଳିବ ସହାୟତା ରାଶି ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତଙ୍କୁ ମାସିକ ୧୦ ହଜାର ଟଙ୍କାର ମିଳିବ ସହାୟତା ରାଶି Reviewed by Sushreejyoti Routray on July 08, 2019 Rating: 5

No comments:

Powered by Blogger.