ଯଦି ଆପଣ ଖାଲି ସମୟରେ ଘଣ୍ଟା ଘଣ୍ଟା ଧରି କାନରେ ଇୟରଫୋନ୍ ଲଗାଇ ଗୀତ ଶୁଣୁଥାନ୍ତି , ତେବେ ସତର୍କ ହୋଇଯାଆନ୍ତୁ । ଏପରି କରିବା ଦ୍ୱାରା ଆପଣ ରୋଗରେ ପଡିପାରନ୍ତି । କାନରେ ଇୟରଫୋନ୍ ଲଗାଇବା ଦ୍ୱାରା ଆପଣ କାନ ସହିତ ଆପଣଙ୍କ ଶରୀର ପାଇଁ ମଧ୍ୟ ଏହା କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେମିତି ଇୟରଫୋନ୍ ଶରୀରକୁ କ୍ଷତି ପହଞ୍ଚାଇଥାଏ..
ବଧିର:
ଏକ ସର୍ଭେ ଦ୍ୱାରା ଜଣାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ୨ ଘଣ୍ଟାରୁ ଅଧିକ ସମୟ ପାଇଁ ୯୦ ଡେସିବଲରୁ ଅଧିକ ଧ୍ୱନିରେ ଗୀତ ଶୁଣେ, ତେବେ ସେ କାଲ ହେବା ସହ ବଡ ରୋଗର ଶିକାର ହୋଇପାରେ । କାହିଁକି ନା, କାନର ଶୁଣିବା ଶକ୍ତି ୯୦ ଡେସିବଲ ହୋଇଥିବା ବେଳେ ଲଗାତାର ଗୀତ ଶୁଣିବା ଦ୍ୱାରା ତାହା ୪୦ ରୁ ୫୦ ଡେସିବଲକୁ ହ୍ରାସ ପାଇଥାଏ । ଏହି କାରଣରୁ ଲୋକମାନଙ୍କୁ ଦୂରର ଧ୍ୱନି ଶୁଣାଯାଇନଥାଏ ।
ହୃଦଘାତ ଜନିତ ରୋଗ:
ଅଧିକ ଆବାଜରେ ଗୀତ ଶୁଣିବା ଦ୍ୱାରା କେବଳ କାନ ନୁହେଁ ବରଂ ଶରୀରକୁ ମଧ୍ୟ କ୍ଷତି ପହଞ୍ଚିଥାଏ । ଅଧିକ ଆବାଜରେ ଗୀତ ଶୁଣିବା ଦ୍ୱାରା ହାର୍ଟ ବିଟ୍ ତୀବ୍ର ହୋଇଥାଏ । ଯାହାଦ୍ୱାରା ଆପଣଙ୍କୁ ହୃଦଘାତ ଜନିତ ରୋଗ ହୋଇଥାଏ ।
ମୁଣ୍ଡ ବିନ୍ଧା:
ଇୟରଫୋନରୁ ବାହାରୁ ଥିବା ବଦ୍ୟୁତ ଯୁକ୍ତ ଧ୍ୱନି ଆପଣଙ୍କ ମୁଣ୍ଡ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ଆପଣଙ୍କ ମୁଣ୍ଡବ୍ୟଥା ହେବା ସହ ନିଦ ନ ଆସିବା ଭଳି ସମସ୍ୟା ଦେଖାଯାଏ ।
କାନ ସଂକ୍ରମଣ:
ଯଦି ଆପଣ ଅଫିସ ବା ଘରେ ଗୀତ ଶୁଣୁଥିବା ସମୟରେ ଅନ୍ୟ କାହାସହ ନିଜର ଇୟରଫୋନ୍ ସେୟାର କରୁଥିବେ, ତେବେ ସାବଧାନ୍ ହୋଇଯାଆନ୍ତୁ । ଏହି କାରଣରୁ ଆପଣଙ୍କ କାନରେ ଇୟରଫୋନର ଖରାପ ପ୍ରଭାବ ବେଶୀ ପଡିଥାଏ ।
ଶ୍ରବଣ ଶକ୍ତି ହ୍ରାସ :
ଅଧିକ ସମୟ ପର୍ଯ୍ୟନ୍ତ ଇୟକଫୋନରେ ଗୀତ ଶୁଣିବା ଦ୍ୱାରା ଆପଣଙ୍କ କାନ ଶୂନ୍ୟ ହୋଇଯାଇଥାଏ । ଏହି କାରଣରୁ ଆପଣଙ୍କ ଶ୍ରବଣ କ୍ଷମତା କମି ଥାଏ । ଡାକ୍ତରଙ୍କ କହିବା ମୁତାବକ, ଇୟରଫୋନରେ ଅଧିକ ସମୟ ପର୍ଯ୍ୟନ୍ତ ଗୀତ ଶୁଣିବା ଦ୍ୱାରା କାନରେ ଛନ୍ ଛନ୍ ଶବ୍ଦ ଆପେ ଆପେ ଆସିବା ସହ ବେହୋସ୍ ହେବା, ମୁଣ୍ଡ ଓ କାନ ଦରଜ ହେବା ନିଦ ନ ଆସିବା ଭଳି ସମସ୍ୟା ଦେଖାଯାଏ ।
ଉପାୟ:
ଯଦି ଆପଣ ବି କାନ ସହ ଜଡିତ କୌଣସି ସମସ୍ୟାରୁ ମୁକ୍ତ ହେବା ପାଇଁ ତେବେ ଇୟରଫୋନକୁ ଦରକାର ସମୟରରେ ହିଁ ବ୍ୟବହାର କରନ୍ତୁ । ଶସ୍ତା ଇୟରଫୋନ୍ ଜାଗାରେ ଭଲ ଇୟରଫୋନ୍ ବ୍ୟବହାର କରିବା କାନ ପାଇଁ ଫାଇଦା ଦେଇଥାଏ ।
ଇୟରଫୋନରେ ଗୀତ ଶୁଣୁଥିଲେ ସାବଧାନ୍! ଭୋଗିପାରନ୍ତି ଏହି ରୋଗ
Reviewed by Sushreejyoti Routray
on
July 18, 2019
Rating:
![ଇୟରଫୋନରେ ଗୀତ ଶୁଣୁଥିଲେ ସାବଧାନ୍! ଭୋଗିପାରନ୍ତି ଏହି ରୋଗ](https://blogger.googleusercontent.com/img/b/R29vZ2xl/AVvXsEh8IVPHc0WW8o4JheB3KMX2NSjlvmZ2NUvrMPOPKBwlz5Ueal8RLKqs_ZCYIxVpwgg0r4TwlFRm55pf_PqY-fSwx1O7t28j5nuSQHzZIu_O9nqfTqS6UZDY2E43utygN2x5ZyKwBX20gP1b/s72-c/hearing+song+in+headphone6.png)
No comments: