ଆଜି ବର୍ଷର ୨ୟ ଚନ୍ଦ୍ରଗ୍ରହଣ: ଆପଣାନ୍ତୁ ଏହି ୩ଟି ଉପାୟ, ହୋଇଯିବେ ଲାଭବାନ୍


ଭୁବନେଶ୍ୱର: ଆଜି ହେଉଛି ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଏହି ବିରଳ ଚନ୍ଦ୍ରଗ୍ରହଣ କେତେକ ମାତ୍ରାରେ ଖାସ୍ ରହିଛି । ଏହି ଚନ୍ଦ୍ରଗ୍ରହଣରେ ଦୁର୍ଲଭ ଯୋଗ ରହିଛି, ଯାହାକି ୧୪୯ ବର୍ଷ ପୂର୍ବରେ ୧୨ ଜୁଲାଇ, ୧୮୭୦  ମସିହାର ଗୁରୁପୂର୍ଣ୍ଣିମାରେ ହୋଇଥିଲା ।  ତେବେ ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନ ୪ଟା ୩୨ମିନିଟରୁ ଦେବନୀତି ଓ ପାକ ନିଷେଧ କରାଯାଇଛି । ଚନ୍ଦ୍ରଗ୍ରହଣ ରାତି ୧ଟା ୩୧ ମିନିଟରେ ଆରମ୍ଭ ହୋଇ ସକାଳ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିବ । ଗ୍ରହଣର ଅବଧି ପାଖାପାଖୀ ୨ ଘଣ୍ଟା ୫୯ ପର୍ଯ୍ୟନ୍ତ ରହିବ ।  ଏହା ସହ ରାତି ସାଢେ ୪ଟାରେ ଗ୍ରହଣ ସର୍ବମୋକ୍ଷ ହେବ ବୋଲି କୁହାଯାଇଛି ।

ତେବେ ଆଜିର ଚନ୍ଦ୍ରଗ୍ରହଣ ଆପଣଙ୍କୁ ବହୁତ ଫାଇଦା ଦେଇପାରେ । ଏଥିପାଇଁ ଆପଣଙ୍କୁ କେତେକ ଉପାୟ ଅବଲମ୍ବନ କରିବାକୁ ପଡିବ ।

ତେବେ ଆପଣାନ୍ତୁ ଏହି ୩ଟି ଉପାୟ :-
୧. ଯଦି ଘରେ କେହି ବହୁତ ଦିନ ହେବ ରୋଗରେ ପହିଥାନ୍ତି, ତେବେେ ଗ୍ରହଣ ପରେ ଘିଅ ଓ ଖିରରେ ଯଜ୍ଞ ଆଜି କରିବା ଦ୍ୱାରା ଲାଭ ମିଳିପାରିବ । ଓଁ ଚନ୍ଦ୍ରାୟ ନମଃ ମନ୍ତ୍ର ଜପ କରିବା ଦ୍ୱାରା ମଧ୍ୟ ଲାଭ ମିଳିପାରିବ ।


୨. ଗ୍ରହଣ ଲାଗିଥିବା ବେଳେ ପ୍ରଣାୟାମ ଓ ବ୍ୟାୟାମ କରିବା ଦରକାର । ଏହି ସମୟରେ ସକାରାତ୍ମକ ଭାବନା ରଖିବା ଆବଶ୍ୟକ । ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଘରେ ଶୁଦ୍ଧତା ପାଇଁ ଗଙ୍ଗା ଜଳ ଛିଞ୍ଚନ କରିବା ଦ୍ୱାରା ଲାଭ ମିଳିପାରିବ ।


୩. ସ୍ନାନ ପରେ ଭଗବାନଙ୍କ ମୂର୍ତ୍ତିକୁ ବି ସ୍ନାନ କରିବା ସହ ପୂଜା କରନ୍ତୁ । ଏହା ସହ ଗରୀବ ବ୍ୟକ୍ତି ଓ ବ୍ରହ୍ମଣମାନଙ୍କୁ ଅନ୍ନ ଦାନ କରିବା ଦ୍ୱାରା ଲାଭ ମିଳିବ ।



ଆଜି ବର୍ଷର ୨ୟ ଚନ୍ଦ୍ରଗ୍ରହଣ: ଆପଣାନ୍ତୁ ଏହି ୩ଟି ଉପାୟ, ହୋଇଯିବେ ଲାଭବାନ୍ ଆଜି ବର୍ଷର ୨ୟ ଚନ୍ଦ୍ରଗ୍ରହଣ: ଆପଣାନ୍ତୁ ଏହି ୩ଟି ଉପାୟ, ହୋଇଯିବେ ଲାଭବାନ୍ Reviewed by Sushreejyoti Routray on July 16, 2019 Rating: 5

No comments:

Powered by Blogger.