ୟୁପି-ବିହାର ସମେତ ବଦଳିଲେ ୬ ରାଜ୍ୟର ରାଜ୍ୟପାଳ, ଜାଣନ୍ତୁ କେଉଁଠି କିଏ ?



ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି କରିଛନ୍ତି । ଏଥିରେ ସବୁଠୁ ବଡ ନାମ ଆନନ୍ଦୀବେନ ପଟେଲଙ୍କର ରହିଛି ଯେ କି ଏବେ ମଧ୍ୟପ୍ରଦେଶ ବଦଳରେ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।


ଏହା ସହ ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ମଧ୍ୟପ୍ରଦେଶକୁ ବଦଳି ହୋଇଥିବା ସୂଚନା ମିଳିଛି । ଜଗଦୀପ ଧନଖର ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ରମେଶ ବୈଶଙ୍କୁ ତ୍ରିପୁରା ରାଜ୍ୟପାଳ ହୋଇଛନ୍ତି । ବିହାରର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ଫଗୁ ଚୌହ୍ୱାନ । ସେହିପରି ନାଗାଲାଣ୍ଡର ରାଜ୍ୟପାଳ ଭାବେ ଆର.ଏନ.ରବିଙ୍କୁ ନିଯୁକ୍ତ କରାଯାଇଛି । 
ୟୁପି-ବିହାର ସମେତ ବଦଳିଲେ ୬ ରାଜ୍ୟର ରାଜ୍ୟପାଳ, ଜାଣନ୍ତୁ କେଉଁଠି କିଏ ? ୟୁପି-ବିହାର ସମେତ ବଦଳିଲେ ୬ ରାଜ୍ୟର ରାଜ୍ୟପାଳ, ଜାଣନ୍ତୁ କେଉଁଠି କିଏ ? Reviewed by Sushreejyoti Routray on July 20, 2019 Rating: 5

No comments:

Powered by Blogger.