ନୂଆଦିଲ୍ଲୀ :ଅଗଷ୍ଟ ୩ରେ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୩ଟି ଫର୍ମାଟ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଟି-୨୦ରୁ ଧୋନୀ, ହାର୍ଦ୍ଧିକ ପାଣ୍ଡ୍ୟା ଓ ବୁମରାହଙ୍କୁ ଆରାମ ଦିଆଯାଇଥିବା ବେଳେ ଟେଷ୍ଟ ଦଳକୁ ଫେରିଛନ୍ତି ରବୀଚନ୍ଦ୍ରନ ଅଶ୍ୱିନୀ ଓ ଜାଡେଜା । ଏହା ସହ ୨୦୧୯ ବିଶ୍ୱ କପରେ ଆଙ୍ଗୁଠି ଆଘାତ ଲାଗିବା କାରଣରୁ ମ୍ୟାଚରୁ ବାଦ୍ ପଡିଥିବା ଶିଖର ଧୱନ ମଧ୍ୟ ଦଳକୁ ଫେରିଛନ୍ତି । ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଭାରତ ୩ଟି ଟି-୨୦,୩ଟି ଦିନକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ ।
ଦିନିକିଆ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ, କେ.ଏଲ୍.ରାହୁଲ, ଶ୍ରେୟସ, ମନୀଷ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଚହଲ, କେଦାର, ସାମି, ଭୁବନେଶ୍ୱର, ଖଲ୍ଲିଲ ଅହମ୍ମଦ, ନଭଦୀପଙ୍କୁ ଟିମରେ ସାମିଲ କରାଯାଇଛି ।
ସେହିପରି ଟି-୨୦ରେ ବିରାଟ, ରୋହିତ, ଶିଖର, ଶ୍ରେୟସ୍, ମନୀଷ, ପନ୍ତ, କୃଣାଲ, ଜାଡେଜା, ୱାଶଂଟନ୍, ଚହର, ଭୁବନେଶ୍ୱର, ଶଲ୍ଲିଲ ଅହମ୍ମଦ, ଦୀପକ ଚହର ଓ ନଭଦୀପଙ୍କ ସାମିଲ କରାଯାଇଛି ।
ଏହା ସହିତ ଟେଷ୍ଟ ମ୍ୟାଚ୍ ପାଇଁ ବିରାଟ, ଅଜିଙ୍କ୍ୟା, ମୟଙ୍କ, ରାହୁଲ, ପୂଜାରା, ହନୁମାନ, ରୋହିତ, ପନ୍ତ, ରିଦ୍ଧିମାନ, ଅଶ୍ୱିନୀ, ଜାଡେଜା, କୁଲଦୀପ, ଈଶାନ୍ତ, ସାମି, ବୁମରାହ, ଉମେଶ ଯାଦବଙ୍କୁ ନିଆଯାଇଛି ।
ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ
Reviewed by Sushreejyoti Routray
on
July 21, 2019
Rating:
![ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ](https://blogger.googleusercontent.com/img/b/R29vZ2xl/AVvXsEhB_g9ita-UrcL7nYI_hHhfqJyFGLlqHr3onFqmKg1Tv82_FzB5O8PbWYQ85ISXXqaaCkKkeipi9s0aWE6RWTjthsIuWPi7uyPrGH1Ag4tcexyNvBkiAIkK0m0CyQQ-5fP0mX1OXYYxmkMy/s72-c/indian-cricket-team-squad-announced-west-indies-tour1.jpg)
No comments: