ମହାରାଷ୍ଟ୍ର : ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଟ୍ରାକରେ ଅଟକି ପଡିଛି ମହାଲକ୍ଷ୍ମୀ ଏକ୍ସପ୍ରେସ । ବଦଲାପୁର ୱାନଗାନି ଷ୍ଟେସନ ମଧ୍ୟରେ ଅଟିକିଥିବା ଏହି ଟ୍ରେନରେ ପ୍ରାୟ ୭ଶହ ଯାତ୍ରୀ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୦୦ ଯାତ୍ରୀଙ୍କୁ ଉଦ୍ଧାର ସରିଛି । ଠାଣେର ୨ଟି ସ୍ଥାନରେ ୧୧୫ରୁ ଅଧିକ ଲୋକ ବି ଫସି ରହିଥିବା ସୂଚନା ମିଳିଛି । ନୌସେନା ଓ ବାୟୁସେନା ଓ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏହି ରେସକ୍ୟୁ ଅପରେସନରେ ନୌସେନାର ୮ଟି ଟିମ ନିୟୋଜିତ ଥିଲେ । ସେମାନଙ୍କ ମଧ୍ୟରେ ୩ଟି ଟିମ୍ ଲାଇଫ୍ ଜ୍ୟାକେଟ୍ ଓ ଉଦ୍ଧାର ସାମଗ୍ରୀ ସହ ପହଁଚିଥିଲେ । ଏହା ସହ ଉଦ୍ଧାର କାର୍ଯ୍ୟରେ ବାୟୁସେନାର ୨ଟି ହେଲିକାପ୍ଟର ନିୟୋଜିତ କରାଯାଇଛି ।
ଏନେଇ ମୁଖ୍ୟମନ୍ତ୍ରୀ ଫଡନାବିସଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ।
ଜଳବନ୍ଦୀ ଟ୍ରେନରୁ ଉଦ୍ଧାର ହେଲେ ୬୦୦ ଯାତ୍ରୀ
Reviewed by Sushreejyoti Routray
on
July 27, 2019
Rating:
![ଜଳବନ୍ଦୀ ଟ୍ରେନରୁ ଉଦ୍ଧାର ହେଲେ ୬୦୦ ଯାତ୍ରୀ](https://blogger.googleusercontent.com/img/b/R29vZ2xl/AVvXsEh_bOhepFPRsMFe9xJy4TShXP8EqWH3BuXUMyybbc7siVWUh8272TzCBQiDUMbI6yEeDfH6F3dTicpPiHywRSo7fvt6SWGfPX5Jiuh9sCZOdnMCsCRbD7YlS2t0w8JMDcw-S_WgTSOfPm_M/s72-c/mahalaxmi-express-stranded-railway-track.jpg)
No comments: