ଆରପାରିରେ ଶୀଲା ଦୀକ୍ଷିତ


ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଥାତ କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଆଜି ନିଧନ ହୋଇଛି । ୮୧ ବର୍ଷ ବୟସରେ ଦିଲ୍ଲୀର ଏସ୍କାର୍ଟ ମେଡିକାଲରେ ତାଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଛି । ବହୁ ଦିନରୁ ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶୀଲା ୧୯୯୮ରୁ ୨୦୧୩ ମସିହା ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ଶୀଲା । ପ୍ରାୟ ୧୫ ବର୍ଷ ଧରି ଶୀଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ସରକାର ଗଠନ କରିଥିଲେ । ଏହା ସହିତ ସେ ଦିଲ୍ଲୀ ପ୍ରଦେଶ କମିଟିର ଅଧ୍ୟକ୍ଷା ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ ।  ସେହିପରି ରାଜୀବ ଗାନ୍ଧୀ ସରକାରରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରହିବା ସହ ୨୦୧୪ରେ କେରଳର ରାଜ୍ୟପାଳ ଥିଲେ ଶୀଲା । 
ଆରପାରିରେ ଶୀଲା ଦୀକ୍ଷିତ ଆରପାରିରେ ଶୀଲା ଦୀକ୍ଷିତ Reviewed by Sushreejyoti Routray on July 20, 2019 Rating: 5

No comments:

Powered by Blogger.