ସେପ୍ଟେମ୍ବର ସୁଦ୍ଧା ସମସ୍ତ ଷ୍ଟେସନରେ ଲାଗିବ ୱାଇଫାଇ ଓ ସିସିଟିଭି


ଭୁବନେଶ୍ୱର,୧୪ ।୭(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନ ବୁଲି ତର୍ଜମା କରିଛନ୍ତି ରେଲୱେ ବୋର୍ଡର ଚେୟାରମ୍ୟାନ୍ । ଭିତ୍ତିଭୂମି ସମୀକ୍ଷା ପରେ ଚେୟାରମ୍ୟାନ୍ ଭି.କେ.ଯାଦବ ସୂଚନା ଦେଇ କହିଛନ୍ତି ଯେ, ଓଡିଶାରେ ନୂଆ ରେଳ ଲାଇନ୍ ଓ ରେଳପଥ ଦୋହରୀକରଣ ମୁଖ୍ୟ ଲକ୍ଷ୍ୟ ରହିଛି । ଏଥିରେ ରାଜ୍ୟ ସରକାରଙ୍କ ସହଯୋଗ ରହିବା ସହ ଅଧାପାନ୍ତରିଆ କାମ ସାରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ରାଟିଆଇଏସ୍ ଅର୍ଥାତ୍ ରିଅଲ ଟାଇମ୍ ଇନଫରମେସନ ସିଷ୍ଟମ କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖାଯାଇଛି ।’


ତେବେ ସେପ୍ଟେମ୍ବର ସୁଦ୍ଧା ସମସ୍ତ ଷ୍ଟେସନରେ ୱାଇଫାଇ ଓ ସିସିଟିଭି ଲଗାଯିବା ସହ ଆସନ୍ତା ୬ ମାସରେ ଇ-କ୍ୟାଟେରିଂର ବ୍ୟାବସ୍ଥା କରାଯିବ ବୋଲି ଚେୟାରମ୍ୟାନ କରିଛନ୍ତି । 
ସେପ୍ଟେମ୍ବର ସୁଦ୍ଧା ସମସ୍ତ ଷ୍ଟେସନରେ ଲାଗିବ ୱାଇଫାଇ ଓ ସିସିଟିଭି ସେପ୍ଟେମ୍ବର ସୁଦ୍ଧା ସମସ୍ତ ଷ୍ଟେସନରେ ଲାଗିବ ୱାଇଫାଇ ଓ ସିସିଟିଭି Reviewed by Sushreejyoti Routray on July 14, 2019 Rating: 5

No comments:

Powered by Blogger.