ଓଡିଶା ଛାଡିଲେ ସାରଥୀ !


ଭୁବନେଶ୍ୱର : କୋର୍ଟର ସର୍ତ୍ତମୂଳକ ଜାମିନରେ ଜେଲରୁ ମୁକୁଳିବା ପରେ ଓଡିଶା ଛାଡିଛନ୍ତି ସାରଥୀ ଓରଫ୍ ସନ୍ତୋଷ ରାଉଳ । ରାଜ୍ୟ ବାହାରେ ଥିବା ନେଇ ସାରଥୀଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ରାଜ୍ୟ ବାହାରକୁ ଗଲେ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇବାକୁ ନିୟମ ହୋଇଥିଲା, ଯାହାକୁ ସାରଥୀ ଅମାନ୍ୟ କରିଛନ୍ତିି । ତେବେ ସାରଥୀ କୋଲକାତାରେ ଥିବା ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୫ରେ କଟକ ଚୌଦ୍ୱାର ଜେଲରୁ ମୁକୁଳିଥିଲେ ସାରଥୀ ଅର୍ଥାତ୍ ସନ୍ତୋଷ ରାଉଳ । କେନ୍ଦ୍ରାପଡ଼ାରେ ବାରିମୂଳରେ ଥିବା ପୈତୃକ ଘରେ ଅଛନ୍ତି ସାରଥୀ । କେନ୍ଦ୍ରପଡା ଏସଡିଜେଏମ କୋଟରେ ସାରଥୀ ଅର୍ଥାତ୍ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା ।

ତେବେ କୋର୍ଟରେ ସାରଥୀଙ୍କୁ ୨ ଜଣ ସ୍ଥାନୀୟ ଜମିନଦାର ଓ ୨ ଲକ୍ଷ ଟଙ୍କାର ବଣ୍ଡ ବଦଳରେ ଜାମିନ ମିଳିଥିଲା । ବାରିମୂଳ ଆଶ୍ରମକୁ ନ ଯିବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଏଥି ସହ କୋର୍ଟର ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେନି ବୋଲି ନୂଆ ସର୍ତ୍ତ ରଖିଥିଲେ କେନ୍ଦ୍ରପଡା ଏସଡିଜେଏମ୍ କୋର୍ଟ । କେଉଁଠି ସଭାସମିତି କରିପାରିବେନି କି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେନି । ପୂର୍ବରୁ ହାଇକୋର୍ଟ ମଧ୍ୟ ଜାମିନ୍ ପାଇଁ କେତେକ ସର୍ତ୍ତ ରଖିଥିଲେ ।
ଓଡିଶା ଛାଡିଲେ ସାରଥୀ ! ଓଡିଶା ଛାଡିଲେ ସାରଥୀ ! Reviewed by Sushreejyoti Routray on July 27, 2019 Rating: 5

1 comment:

Powered by Blogger.