ଶରୀରରେ କେଉଁଠି କଳାଜାଇ ରହିଲ ଭଲ ଓ ଖରାପ ? ଜାଣନ୍ତୁ


ଆଧୁନିକ ଯୁଗର ଯୁବପିଢୀମାନେ ଜ୍ୟୋତିଷଶାସ୍ତ୍ର,ଗ୍ରହ ଓ ନକ୍ଷତ୍ରକୁ ଅବିଶ୍ୱାସ କରୁଛନ୍ତି । କିନ୍ତୁ ଏହା ମାଧ୍ୟରେ ହିଁ ଆମେମାନେ ଭବିଷ୍ୟତ ବିଷୟରେ କିଛିଟା ସଙ୍କେତ ପାଇଥାଉ । ସେହିପରି ଆମ ଶରୀରରେ ଏପରି ଏକ ଚିହ୍ନ ରହିଛି, ଯାହାକି ଆମ ଭବିଶ୍ୟତ ବିଷୟରେ ସଙ୍କେତ ଦେଇଥାଏ ।  କାହା ଶରୀରରେ ଗୋଟିଏ କଳାଜାଇ ଥାଏ ତ କାହା ଶରୀରରେ ଏକରୁ ଅଧିକ କଳାଜାଇ ଥାଏ। କଳାଜାଇ ବେଳେ ବେଳେ ଏକ ସ୍ୱତନ୍ତ୍ର ପରିଚିତି ଦେଇଥାଏ । ଏହି ଚିହ୍ନ ଆମ ଶରୀରରେ ପିଲାବେଳୁ କଳାଜାଇ ଆକାରରେ ରହିଥାଏ । ତେବେ କଳାଜାଇ କେଉଁ ସ୍ଥାନରେ ରହିଲେ ଭଲ ଓ କେଉଁ ସ୍ଥାନରେ ରହିଲେ ଖରାପ , ଆପଣ ଜାଣନ୍ତି କି? ତେବେ ଆସନ୍ତୁ ଜାଣିବା କଳାଜାଇ ବିଷୟରେ ସମ୍ପୃକ୍ତ ସୂଚନା...

-  : ଯେଉଁମାନଙ୍କର ବାମ ଗାଲରେ କଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି । ମାତ୍ର ସେମାନେ ଅର୍ଥ ସଞ୍ଚୟ କରିପାରିନଥାନ୍ତି ।



-  : ଯେଉଁମାନଙ୍କର ଓଠର ତଳେ ଡାହାଣ ପଟେ କଳାଜାଇ ଥାଏ ସେମାନଙ୍କର ସବୁବେଳେ ଅର୍ଥ ଅଭାବ ରହିଥାଏ । ଯେଉଁ ମାନଙ୍କ ଓଠର ଠିକ୍ ଉପର ଭାଗରେ କଳାଜାଇ ଥାଏ, ସେମାନଙ୍କୁ ଶୀଘ୍ର ଧନପ୍ରାପ୍ତି ହୋଇଥାଏ। ସେମାନେ ଜିଦ୍‌ଖୋର ସ୍ୱଭାବର ହୋଇଥାନ୍ତି। ସେମାନେ ସବୁବେଳେ ସଫଳତା ପଛରେ ଦୌଡୁଥାନ୍ତି ।


- : ଯେଉଁମାନଙ୍କ ନାକର ଡାହାଣ ପାଖରେ କଳାଜାଇ ଥାଏ, ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆସିଥାଏ । ତେବେ ବିଳମ୍ୱରେ ଧନ ପ୍ରାପ୍ତି ହୋଇଥାଏ। ଏହାସହିତ ସେମାନେ ସାରା ବିଶ୍ୱର ଯାତ୍ରା କରନ୍ତି ।

- : ପାପୁଲିର ଅଗ୍ରଭାଗରେ କଳାଜାଇ ଥିଲେ ସେଥିରୁ ଜଣାଯାଏ ଯେ ଆପଣଙ୍କ ସମସ୍ୟା ସମୟରେ ହିଁ ଆପଣଙ୍କ ନିକଟରେ ଟଙ୍କାପଇସା ନଥାଏ । ଆପଣ ଯେତେ ଧନୀ ହୋଇଥିଲେ ମଧ୍ୟ ସବୁବେଳେ ଟଙ୍କାପଇସା ଅଭାବରୁ ମୁସ୍କିଲ ପରିସ୍ଥିତିରେ ଗତି କରିବାକୁ ପଡିବ ।

- : ଯେଉଁମାନଙ୍କର ବାମ ପାପୁଲିରେ କଳାଜାଇ ଥାଏ ସେମାନଙ୍କ ଯୁବାବସ୍ଥାରେ ଅର୍ଥାଭାବ ଥାଏ । ମାତ୍ର ଏହା ଏକ ଭଲ ସଙ୍କେତ ଯେ ସେମାନଙ୍କୁ ପରବର୍ତ୍ତୀ ଜୀବନରେ କେବେ ଅର୍ଥର ଅଭାବ ହୋଇନଥାଏ । ତେବେ ଖର୍ଚ୍ଚ ରୋକିବାରେ ସମସ୍ୟା ହୋଇଥାଏ ।

- : ଯେଉଁମାନଙ୍କର ବିଶି ଆଙ୍ଗୁଠିର ଭିତର ଭାଗରେ କଳାଜାଇ ରହିଛି ସେମାନଙ୍କୁ ଅର୍ଥ ସହ ଜଡିତ ସମସ୍ୟାର ସାମ୍ନା କରିବାର ଆଶଙ୍କା ସବୁବେଳେ ଥାଏ । ଏପରି ପରିସ୍ଥିତି ମଧ୍ୟ ହୋଇଥାଏ ଯେ ସେମାନେ ଯାହା ଉପାର୍ଜନ କରିଥାନ୍ତି ସବୁ ଖର୍ଚ୍ଚ ହୋଇଯାଇଥାଏ ।

-: ଯେଉଁମାନଙ୍କ ଆଖି ପତାରେ କଳାଜାଇ ଥାଏ ସେମାନେ ସଫଳତାର ଶୀର୍ଷରେ ପହଞ୍ଚି ଥାଆନ୍ତି ।

- :ଯେଉଁମାନଙ୍କର ବାମ ଗୋଡର ଯେକୌଣସି ଜାଗାରେ କଳାଜାଇ ଥାଏ ସେମାନଙ୍କର ଆକସ୍ମିକ ଭାବେ ଖର୍ଚ୍ଚ ହୋଇଥାଏ । କେତେ କଷ୍ଟରେ ଟଙ୍କା ସଞ୍ଚୟ କରନ୍ତି ସେଥିରେ କିଛି ଫରକ ପଡିନଥାଏ । ଶେଷରେ ଉପାର୍ଜିତ ଅର୍ଥ ଖର୍ଚ୍ଚ ହିଁ ହୋଇଯାଇଥାଏ ।

-: ଯେଉଁମାନଙ୍କ ଡାହାଣ ପାଖରେ ଗାଲ ଓ କାନ ନିକଟରେ କଳାଜାଇ ଥାଏ ସେମାନଙ୍କୁ କମ୍ ବୟସରେ ଧନପ୍ରାପ୍ତି ହୋଇଥାଏ ।


-: ଛାତିର ଡାହାଣ ପାଖରେ କଳାଜାଇ ଥିଲେ, ଜୀବନ ଖୁସିରେ ଖୁସିରେ କଟିଥାଏ।

-: ଯେଉଁମାନଙ୍କ ଅଣ୍ଟାର ଦୁଇ ପାର୍ଶ୍ୱରେ କଳାଜାଇ ଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟବାନ ହୋଇଥାଆନ୍ତି। ସେମାନଙ୍କୁ ସୁଖ ଓ ସମୃଦ୍ଧି ମିଳେ ।

-: ଯାହାର ଆଖିର ଡାହାଣ ଭାଗରେ କଳାଜାଇ ଥାଏ, ସେମାନଙ୍କ ଜୀବନଯାପନ ଶୈଳୀ ଖୁବ ଉନ୍ନତ । ଏହାସହିତ ସେମାନେ ଅନେକ ସ୍ଥାନକୁ ଯାତ୍ରା କରି ମଜା ଉଠାଇ ଥାନ୍ତି । ସବୁବେଳେ ସେମାନଙ୍କ ପାଖରେ ଧନ ଥାଏ ।

-: ଯେଉଁମାନଙ୍କ ଡାହାଣ ପାଖରେ ଗାଲ ଓ କାନ ନିକଟରେ କଳାଜାଇ ଥାଏ ସେମାନଙ୍କୁ କମ୍ ବୟସରେ ଧନପ୍ରାପ୍ତି ହୋଇଥାଏ। ସେହିଭଳି ଯେଉଁମାନଙ୍କ ବାମ କିମ୍ୱା ଡାହାଣ ହାତର କାନି ଆଙ୍ଗୁଠିରେ କଳାଜାଇ ଥାଏ ସେମାନେ ସବୁବେଳେ ବିଦେଶ ଯାତ୍ରା କରନ୍ତି ।


- : ଯେଉଁମାନଙ୍କର ଭୃଲତା ଭିତରେ କଳାଜାଇ କିମ୍ବା ଭୃଲତାର ଅଳ୍ପ ଉପରକୁ କଳାଜାଇ ଥାଏ ତେବେ ସେମାନେ ଶାରିରୀକ ସଂପର୍କ କ୍ଷେତ୍ରରେ ଦୁର୍ବଳ ହୁଅନ୍ତି । ମହତ୍ତ୍ବପୂର୍ଣ୍ଣ କାମ ପାଇଁ ସେମାନଙ୍କ ନିକଟରେ ଅର୍ଥ ସଙ୍କଟ ଦେଖାଦିଏ । ସେମାନେ ଖୁସି ପାଇଁ ପାଗଳ ଥାଆନ୍ତି । ଫଳରେ ଯେ କୌଣସି ସମୟରେ ଦେବାଳିଆ ହେବାର ଆଶଂକା ଥାଏ ।

- : ଯେଉଁମାନଙ୍କର କାଖରେ କଳାଜାଇ ଥାଏ ସେମାନେ ସ୍ବାସ୍ଥ୍ୟ ପାଇଁ ସାବଧାନ ରହିବା ଜରୁରୀ । କାରଣ ସେମାନଙ୍କର ରୋଗ ଏବଂ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ।


ବିବାହ ସମ୍ପର୍କରେ ସୂଚନା ଦିଏ କଳାଜାଇ

- : ଆପଣ ମଧ୍ୟ ଏକ ସୁଖୀ ଜୀବନର ଆନନ୍ଦ ଉଠାଇପାରିବେ ଏବଂ ଆପଣଙ୍କ ସମସ୍ତ ସ୍ବପ୍ନ ପୂରଣ କରିପାରିବେ । ମାତ୍ରା ଏହା ବିବାହ ପରେ ହିଁ ସମ୍ଭବ ହେବ । ଆପଣଙ୍କୁ କିଛି ବି ଜିନିଷ କରିବା ପାଇଁ କଠିନ ପରିଶ୍ରମ କରିବାକୁ ହେବ ।

- : ପାଦ ଗୋଇଠିରେ କଳାଜାଇ ଥିଲେ ବିଦେଶ ଭ୍ରମଣର ସମ୍ଭାବନା ଥାଏ। ଏହା ବିବାହ ପରେ ସଫଳ ଜୀବନର ମଧ୍ୟ ସଙ୍କେତ ।

- : ଯେଉଁମାନଙ୍କର ଦୁଇ ଭୃଲତା ମଝିରେ କଳାଜାଇ ଥାଏ ତାହା ଶୁଭଙ୍କର ହୋଇଥାଏ । ସଫଳତା ମିଲିଥାଏ । ବିବାହ ପୂର୍ବରୁ ସେମାନଙ୍କୁ ଟିକିଏ ଭଲ ପାଇଂ ବି ଅଧିକ ପରିଶ୍ରମ କରିବାକୁ ହୋଇଥାଏ ।

- : ଯଦି ଆପଣଙ୍କ ଡାହାଣ ଗାଲରେ କେଉଁଠି ବି କଳାଜାଇ ଅଛି ତେବେ ବିବାହ ପରେ ଆପଣଙ୍କ ଭାଗ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ ।

- : କାହାର କାହାର ବିବାହ ରେଖା କିମ୍ବା ତାର ପାଖାପାଖି ସ୍ଥାନରେ କଳାଜାଇ ଏବଂ ଲାଲଜାଇ ରହିଥାଏ । ଲାଲ୍ ଜାଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ସଫଳ ସଂପର୍କର ସଙ୍କେତ । ଯେଉଁଠି କଳାଜାଇ ତାର ବୀପରିତ ସଙ୍କେତ ଦେଇଥାଏ ।

ଶରୀରରେ କେଉଁଠି କଳାଜାଇ ରହିଲ ଭଲ ଓ ଖରାପ ? ଜାଣନ୍ତୁ ଶରୀରରେ କେଉଁଠି କଳାଜାଇ ରହିଲ ଭଲ ଓ ଖରାପ ? ଜାଣନ୍ତୁ Reviewed by Sushreejyoti Routray on July 12, 2019 Rating: 5

No comments:

Powered by Blogger.