କର୍ଣ୍ଣାଟକ: ଗତ କିଛି ଦିନ ହେବ କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟ ଏବେ ଭିନ୍ନ ମୋଡ ନେଇଛି । ଜେଡିଏସ ଓ କଂଗ୍ରେସ ଗଠବନ୍ଧନ ସରକାରଙ୍କ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ଶକ୍ତି ପରୀକ୍ଷା ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ୨ ବିଦ୍ରୋହୀ ବିଧାୟକ ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପାଇଁ ରାଜି ହୋଇଥିବା ଖବର ମିଳିଛି । ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ତାଙ୍କ ଇସ୍ତଫା ପତ୍ରକୁ ପ୍ରତ୍ୟାହାର କରିବାର ଘୋଷଣା କରିବା ପରେ ଟିକେ ଆଶ୍ୱସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ।
ତେବେ ବିଧାୟକ ଏମ୍ଟିବି ନାଗରାଜ ଇସ୍ତଫା ପ୍ରତ୍ୟାହାର କରିବା ପୂର୍ବରୁ କହିଥିଲେ ଯେ, କଂଗ୍ରେସ ବିଧାୟକ ସୁଧାକର ରାଓ ମଧ୍ୟ ଆମ ସହ ଇସ୍ତଫା ଦେଇଥିଲେ । ଖୁବ ଶୀଘ୍ର ତାଙ୍କୁ ମଧ୍ୟ ବୁଝାଇ ଦଳକୁ ଫେରାଇ ଆଣିବି ।
ଟଳିଲା କର୍ଣ୍ଣାଟକ ସଙ୍କଟ, ଇସ୍ତଫା ପତ୍ର ପ୍ରତ୍ୟାହାର କଲେ ବିଧାୟକ
Reviewed by Sushreejyoti Routray
on
July 14, 2019
Rating:
No comments: