କାଶ୍ମୀରରେ ପହଞ୍ଚିଲେ ଆଉ ୮ ହଜାର ଯବାନ


ନୂଆଦିଲ୍ଲୀ: ଧାରା-୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ବିଶୃଙ୍ଖଳା ବଢିବାର ଆଶଙ୍କା କରାଯାଉଛି । ଏନେଇ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାକୁ ହାଇ ଆଲର୍ଟ ନିର୍ଦେଶ ଦିଆଯାଇଛି ।  ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆଉ ମିଳିବ ନାହିଁ। ଏହି ନିଷ୍ପତ୍ତିକୁ ଉଭୟ ସଂସଦ ଓ ସଂସଦ ବାହାରେ ତୀବ୍ର ବିରୋଧ କରାଯାଉଛି ।


ଏନେଇ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଆଉ ୮ ହଜାର ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛନ୍ତି । ଆଜି ସକାଳୁ ସି-୧୭ ପରିବହନ ହେଲିକପ୍ଟର ମାଧ୍ୟମରେ ଏମାନଙ୍କୁ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଓହ୍ଲାଯାଇଛି। ଯବାନଙ୍କୁ ଓଡ଼ିଶା, ଉତ୍ତର ପ୍ରଦେଶ ଓ ଆସାମରୁ ପଠାଯାଇଛି ।  ଅନ୍ୟ ରାଜ୍ୟରୁ ମଧ୍ୟ ଅର୍ଦ୍ଧସାମରିକ ଯବାନ ପଠାଇବା ଜାରି ରହିଛି ।  ଏହାପୂର୍ବରୁ କେନ୍ଦ୍ର ସରକାର ଅତିରିକ୍ତ ୩୮ ହଜାର ସୁରକ୍ଷାକର୍ମୀଙ୍କୁ କଶ୍ମୀର ପଠାଇଥିଲେ।

କାଶ୍ମୀରରେ ପହଞ୍ଚିଲେ ଆଉ ୮ ହଜାର ଯବାନ କାଶ୍ମୀରରେ ପହଞ୍ଚିଲେ ଆଉ ୮ ହଜାର ଯବାନ Reviewed by Sushreejyoti Routray on August 05, 2019 Rating: 5

No comments:

Powered by Blogger.