କାଶ୍ମୀରରୁ ହଟିଲା ଧାରା ୩୭୦ ଓ ୩୫-A, ଜାଣନ୍ତୁ କଣ ରହିଛି ଏହି ଧାରାରେ ...


ନୂଆଦିଲ୍ଲୀ,୫ ।୮:  କାଶ୍ମୀର ନେଇ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ କାଶ୍ମୀରରୁ ହଟାଇଛନ୍ତି ସମ୍ବିଧାନରେ ଥିବା ଧାରା ୩୭୦ ଓ ୩୫-A । ଏଣିକି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଅନ୍ତର୍ଭୁକ୍ତ ହେଲା ଜାମ୍ମୁ-କାଶ୍ମୀର  । ଜାମ୍ମୁ-କାଶ୍ମୀରର ବିଧାନସଭା ମଧ୍ୟ ରହିବ । ଜାମ୍ମୁ-କାଶ୍ମୀରରୁ ଅଲଗା ହୋଇଛି ଲଦାଖ । ଲଦାଖକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ମିଳିଛି । ଏହା ସହ ରାଜ୍ୟ ମାନ୍ୟତା ହରାଇଛି ଜମ୍ମୁ-କାଶ୍ମୀର । ତେବେ କାଶ୍ମୀରକୁ ୨ ଭାଗ କରିଛନ୍ତି କେନ୍ଦ୍ର ସରକାର ।  ୩୭୦ ହଟାଇବା ଓ ପୁର୍ନଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ।



 ଏହା ସହ ଅଗଷ୍ଟ ୭ରେ ଦେଶବାସୀଙ୍କୁ ସମ୍ବୋଧନ କରି କାଶ୍ମୀର ପ୍ରସଙ୍ଗରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ କାଶ୍ମୀର ବିଭାଜନକୁ ନେଇ ରାଜ୍ୟସଭାରେ ହଙ୍ଗାମା ଦେଖିବାକେୁ ମିଳିଛି । ରାଜ୍ୟସଭାରେ ତଳେ ବସିଛନ୍ତି ଗୁଲାମନବୀ ଆଜାଦ । ଏପରି କି ନିଜ ପୋଷାକ ଚିରିଛନ୍ତି ପିଡିପି ସାଂସଦ ।


ଜାଣନ୍ତୁ କଣ ରହିଛି ଏହି ୩୭୦ ଓ ୩୫-A ଧାରାରେ ..

ଆର୍ଟିକିଲ ୩୫-ଏ


. ୧୯୫୪ରେ ସମ୍ବିଧାନରେ ଯୋଡା ଯାଇଥିଲା ୩୫-A

. କାଶ୍ମୀରର ସ୍ଥାୟୀ ସଦସ୍ୟତା ପରିଭାଷା ନିର୍ଦ୍ଧାରଣ ପାଇଁ ବିଧାନସଭାକୁ ପୂର୍ଣ୍ଣ କ୍ଷମତା ।

. ସ୍ଥାୟୀ ସଦସ୍ୟ ଘାଟିରେ ସଂପତ୍ତି କ୍ରୟ ଓ ସରକାରୀ ଚାକିରି କରିପାରିବେ ।

. ଜାମ୍ମୁ-କାଶ୍ମୀରର ବ୍ୟକ୍ତି ରାଜ୍ୟ ବାହାରେ ବିବାହ କଲେ ସ୍ଥାୟୀ ସଦସ୍ୟତା ହରାଇବେ ।


ଆର୍ଟିକିଲ ୩୭୦


. ପ୍ରତିରକ୍ଷା, ବିଦେଶ ନୀତି ଓ ଦୂରସଂଚାର ବିଷୟରେ କାଶ୍ମୀର ପାଇଁ ନୀତି ପ୍ରଣୟନ ।

. ବିଶେଷ କାରଣରୁ କାଶ୍ମୀରରେ ଧାରା ୩୫୬ ଲାଗୁ ହେବନାହିଁ ।

. ରାଜ୍ୟର ସମ୍ବିଧାନକୁ ବରଖାସ୍ତ କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମତା ନାହିଁ ।

. ଜାମ୍ମୁ-କାଶ୍ମୀରବାସୀଙ୍କ ନିକଟରେ ଦୁଇ ଦୁଇଟି ନାଗରିକତା ରହିଛି ।

. କାଶ୍ମୀରବାସୀଙ୍କୁ ଭାରତ ଓ ଜାମ୍ମୁ-କାଶ୍ମୀର ନାଗରିକତା ।

. ଜାମ୍ମୁ-କାଶ୍ମୀରରେ ଜାତୀୟ ପତାକା ଅଲଗା ।

. କାଶ୍ମୀର ବାସିନ୍ଦା ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ପାଇଁ ବାଧ୍ୟ ନୁହନ୍ତି ।

କାଶ୍ମୀରରୁ ହଟିଲା ଧାରା ୩୭୦ ଓ ୩୫-A, ଜାଣନ୍ତୁ କଣ ରହିଛି ଏହି ଧାରାରେ ... କାଶ୍ମୀରରୁ ହଟିଲା ଧାରା ୩୭୦ ଓ ୩୫-A, ଜାଣନ୍ତୁ କଣ ରହିଛି ଏହି ଧାରାରେ ... Reviewed by Sushreejyoti Routray on August 05, 2019 Rating: 5

No comments:

Powered by Blogger.