ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି କାଶ୍ମୀରରୁ ଧାରା ୩୭୦ ଓ ୩୫-ଏ ହଟାଇବା ସହ ଏହାର ବିଲ୍ ମଧ୍ୟ ପାସ୍ ହୋଇଛି । କାଶ୍ମୀର ବିଲ୍ ପାସ୍ ପରେ ଆକ୍ସନ ମୋଡରେ ରହିଛନ୍ତି କେନ୍ଦ୍ର ସରକାର । କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ପିଡିପି ମୁଖ୍ୟ ମେହବୁବା ମୁଫତି, ନ୍ୟାସନାଲ କନଫରେନ୍ସ ଉପାଧ୍ୟାକ୍ଷ ଉମର ଅବଦୁଲ୍ଲା ସମେତ ଜମ୍ମୁ-କାଶ୍ମୀରର ପିପୁଲ୍ସ କନଫରେନ୍ସର ସଜ୍ଜାଦ ଲୋନ ଓ ଇମ୍ରାନ ଅନସାରୀଙ୍କୁ ଗିରଫ କରିଛି ପୋଲିସ । ଖୁବଶୀଘ୍ର ଆଉ କେତେକ ନେତାମାନଙ୍କୁ ଗିରଫ କରାଯାଇପାରେ ପୋଲିସ ସୂତ୍ରରୁ ଖବର ମିଳିଛି ।
ତେବେ ମୁଫତୀଙ୍କୁ ତାଙ୍କ ଘରୁ ଗେଷ୍ଟ ହାଉସକୁ ନିଆଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗରେ ବିବୃତ ରଖିବା ପୂର୍ବରୁ ମେହବୁବା ମୁଫତୀ ଓ ସଜ୍ଜାଦ ଲୋନୀଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଥିଲା ।
ତେବେ କାଶ୍ମୀର ନେଇ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ କାଶ୍ମୀରରୁ ହଟାଇଛନ୍ତି ସମ୍ବିଧାନରେ ଥିବା ଧାରା ୩୭୦ ଓ ୩୫-A । ଏଣିକି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଅନ୍ତର୍ଭୁକ୍ତ ହେଲା ଜାମ୍ମୁ-କାଶ୍ମୀର । ଜାମ୍ମୁ-କାଶ୍ମୀରର ବିଧାନସଭା ମଧ୍ୟ ରହିବ । ଜାମ୍ମୁ-କାଶ୍ମୀରରୁ ଅଲଗା ହୋଇଛି ଲଦାଖ । ଲଦାଖକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ମିଳିଛି । ଏହା ସହ ରାଜ୍ୟ ମାନ୍ୟତା ହରାଇଛି ଜମ୍ମୁ-କାଶ୍ମୀର । ତେବେ କାଶ୍ମୀରକୁ ୨ ଭାଗ କରିଛନ୍ତି କେନ୍ଦ୍ର ସରକାର । ୩୭୦ ହଟାଇବା ଓ ପୁର୍ନଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ।
କାଶ୍ମୀର ବିଲ୍ ପାସ୍ ହେବା ପରେ ଆକ୍ସନ ମୋଡରେ ସରକାର, ମୁଫତୀ ଓ ଉମର ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ
Reviewed by Sushreejyoti Routray
on
August 06, 2019
Rating:
Reviewed by Sushreejyoti Routray
on
August 06, 2019
Rating:





No comments: