ଚନ୍ଦ୍ରଯାନ-୨ ପଠାଇଲା ପ୍ରଥମ ଫଟୋ


ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ବା ଇସ୍ରୋର ବୈଜ୍ଞାନିକମାନେ ଳଗାତାର ସଫଳତାର ସହ ଚନ୍ଦ ମିଶନ ‘ଚନ୍ଦ୍ରଯାନ-୨’କୁ ପୃଥିବୀ କକ୍ଷରୁ ଆଗକୁ ବଢାଇବାରେ ଲାଗିଛନ୍ତି । ତେବେ ପ୍ରଥମଥର ପାଇଁ ପୃଥିବୀର ଅଭୁତ ଓ ରୋମାଞ୍ଚକର ଫଟୋ ପଠାଇଛିଛି ଚନ୍ଦଯାନ-୨ ।


ଏଲଆଇ-୪ କ୍ୟାମରେରା ଏହି ଚିତ୍ର କଏଦ ହୋଇଛି । ଇସ୍ରୋ ଦ୍ୱାରା ଜାରି କରାଯାଇଥିବା ଏହି ଫଟୋକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ । କାଲି ଅପରାହ୍ନ ୫ଟା ୪୩ରେ ଫଟୋକୁ ଉତ୍ତୋଳନ କରିଥିଲା ଚନ୍ଦଯାନ-୨ । ତେବେ ଗତ ଜୁଲାଇ ୨୨ରେ ଚନ୍ଦଯାନ-୨କୁ ଇସ୍ରୋ ଲଞ୍ଚ କରିଥିଲା, ଯାହାକୁ ଚନ୍ଦ୍ର ମିଶନ ବୋଲି କୁହାଯାଉଛି ।




ଚନ୍ଦ୍ରଯାନ-୨ ପଠାଇଲା ପ୍ରଥମ ଫଟୋ ଚନ୍ଦ୍ରଯାନ-୨ ପଠାଇଲା ପ୍ରଥମ ଫଟୋ Reviewed by Sushreejyoti Routray on August 04, 2019 Rating: 5

No comments:

Powered by Blogger.