ଜମ୍ମୁ : କାଶ୍ମୀର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିଥିଲା । ଏହି ବୈଠକରେ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମିଲ ରହିଥିଲେ । କ୍ୟାବିନେଟ୍ ବୈଠକ ପରେ ସଂସନରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସଂସଦରେ କାଶ୍ମୀର ପ୍ରସଙ୍ଗରେ ବୟାନ ରଖିବେ ଶାହା । ସେ ପ୍ରଥମେ ରାଜ୍ୟସଭାରେ ଓ ପରେ ଲୋକସଭାରେ ବୟାନ ରଖିବେ । ଦିନ ୧୧ଟାରେ ରାଜ୍ୟସଭାରେ ଓ ଦିନ ୧୨ଟାରେ ଲୋକସଭାରେ ବୟାନ ରଖିବେ ଅମିତ ଶାହା । ତେବେ ଆଜି କାଶ୍ମୀର ପ୍ରସଙ୍ଗରେ ସରକାରଙ୍କ ନୀତି ସ୍ପଷ୍ଟ କରିବେ ଶାହା ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଘାଟିରେ କଣ କଣ ସବୁ ନିଷ୍ପତି ନିଆଯାଇଛି, ଜାଣନ୍ତୁ …
ଶ୍ରୀନଗର ଓ ଜମ୍ମୁରେ ଜାରି ହୋଇଛି ୧୪୪ ଧାରା । ସାଧାରଣ ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ପରିସ୍ଥିତିରେ ଲୋକଙ୍କ ଗ୍ରୁପ କରି ବାହାରିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । କଶ୍ମୀର ଘାଟିରେ ସ୍କୁଲ, କଲେଜ, ଶିକ୍ଷଣ ପ୍ରତିଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି । ଜମ୍ମୁରେ ମଧ୍ୟ ସ୍କୁଲ, କଲେଜ ବନ୍ଦ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି । ମୋବାଇଲ ଇଂଟରନେଟା ସେବାକୁ ବନ୍ଦ ରଖାଯାଇଛି । କୌଣସି ପ୍ରକାର ବୈଠକ, ରାଲି ଉପରେ କଟକଣା ଜାରି କରିଛି ପ୍ରଶାସନ । କାଶ୍ମୀର ୟୁନିର୍ଭସିଟିର ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି । ଜମ୍ମୁରେ ୪୦ କଂପାନୀ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ପୂର୍ବରୁ କାଶ୍ମୀରରେ ହିଁ ହଜାର ହଜାର ସଂଖ୍ୟାରେ ଅତିରିକ୍ତ ସୁରକ୍ଷାବଳ ପୂର୍ବରୁ ହିଁ ମୁତୟନ କରିଦିଆଯାଇଛି ।
ଘାଟିରୁ ପର୍ଯ୍ୟଟକଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ କୁହାଯାଇଛି । ଗତ ୨୪ ଘଂଟା ଭିତରେ ୬ ହଜାରରୁ ଅଧିକ ଯାତ୍ରୀ କାଶ୍ମୀର ଛାଡି ସାରଲେଣି ।
ବିଳମ୍ବିତ ରାତି ଯାଏଁ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମଂନ୍ତ୍ରୀ ମେହବୁବା ମୁଫତି, ପୂର୍ବତମ ସିଏମ ଓମର ଅବଦୁଲ୍ଲା ଏବଂ ସଜ୍ଜାଦ ଲୋନଙ୍କୁ ବି ଗୃହବନ୍ଦୀ କରିଦିଆଯାଇଛି । ସେହିଭଳି ଘାଟିକୁ ନେଇ ଲଗାତର ସୋସିଆଲ ମିଡିଆରେ ନାନା ପ୍ରକ୍ରାରର କଥା ଭାଇରାଲ ହେଉଛି । ଯାହାକୁ ନେଇ ସରାକରଙ୍କ ତରଫରୁ ଲଗାତର ଲୋକଙ୍କୁ ଅନୁରୋଧ କରାଯାଉଛି କି ଏପ୍ରକାରର ମିଥ୍ୟା ତଥା ଅପପ୍ରଚାର ନକରିବାକୁ ।
ଘାଟିରେ ବହୁସଂଖ୍ୟାରେ ସେନା ମୁତୟନ ପରେ ଆର୍ଟିକିଲ ୩୫-ଏ ଏବଂ ଆର୍ଟିକିଲ ୩୭୦ ଉଛେଦ ହେବା ନେଇ ଆଶଙ୍କା କରାଯାଉଛି । ସମ୍ବିଧାନର ଏହି ଦୁଇ ଅନୁଚ୍ଛେଦ ବଳରେ ଜାମ୍ମୁ-କାଶ୍ମୀରକୁ କେତେକ ବିଶେଷ ଅଧିକାର ମିଳିଛି ।
କାଶ୍ମୀରରେ କଣ ରଖିଛି ବର୍ତ୍ତମାନର ସ୍ଥିତି ? ଜାଣନ୍ତୁ
Reviewed by Sushreejyoti Routray
on
August 05, 2019
Rating:
Reviewed by Sushreejyoti Routray
on
August 05, 2019
Rating:





No comments: