ଶରୀର ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ । ଦିନକୁ ପାଖାପାଖୀ ୭ରୁ ୮ ଗ୍ଲାସ୍ ପାଣି ପିଇବା ଆମ ଶରୀର ପାଇଁ ନିହାତି ଦରକାର । ଏଥିରୁ କମ୍ ବା ଅଧିକ ପିଇବା ମଧ୍ୟ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ପାଣି କମ୍ ପିଇବା ଦ୍ୱାରା ଡିହାଇଡ୍ରେସନ ଓ ଅଧିକ ପିଇବା ଦ୍ୱାରା ଓଭରହାଇଡ୍ରେସନ ହେବାର ସମ୍ଭାବନା ରହିଥାଏ ।
-ତେବେ ଶରୀରରେ ପାଣି ଆମର ଭାବନା ଉପରେ ବହୁତ ଓଲଟା ପ୍ରଭାବ ପକାଇଥାଏ । ଏଥିପାଇଁ ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ତାହା ଆମ ମୁଡକୁ ଠିକ୍ ରଖିବା ସହ ସୁନିଦ୍ରା ହୋଇଥାଏ ।
-ଠିକ୍ ମାତ୍ରାରେ ପାଣି ପିଇବା ଦ୍ୱାରା ସକାରାତ୍ମକ ଭାବନା, ସନ୍ତୁଷ୍ଟି ଓ ଶାନ୍ତିର ଅନୁଭବ ହୋଇଥାଏ । ତେବେ ଶରୀର ପାଇଁ ହାଲକା ଗରମ ପାଣି ବି ବିଶେଶ ଲାଭଦାୟକ ହୋଇଥାଏ ।
-ଶର୍ଯ୍ୟାକୁ ଯିବା ପୂର୍ବରୁ ହାଲକା ଗରମ ପାଣି ପିଇବା ଦ୍ୱାରା ରାତିରେ ଖାଦ୍ୟ ହଜମ ହେବା ସହ ଅଦରକାରୀ ପଦାର୍ଥ ଠାରୁ ଆପଣଙ୍କୁ ମୁକ୍ତି ମିଳିବ ।
-ଶେଇବା ପୂର୍ବରୁ ଗରମ ପାଣି ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ପାଇଥାଏ ।
-କିନ୍ତୁ ଧ୍ୟାନ ରଖିବେ କି, ଠିକ୍ ଶେଇବା ପୂର୍ବରୁ ପାଣି ପିଇବେ ନାହିଁ । କାହିଁକି ନା ଏହା ଆପଣଙ୍କ ନିଦକୁ ଖରାପ କରିବା ସହ ହୃତପିଣ୍ଡରେ ଏହାର ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ ଶୋଇବା କିଛି ସମୟ ପୂର୍ବରୁ ପାଣି ପିଇବା ଉଚିତ୍ ।
କଣ ଶୋଇବା ପୂର୍ବରୁ ପାଣି ପିଇବା ଠିକ୍ ? ଜାଣନ୍ତୁ
Reviewed by Sushreejyoti Routray
on
August 02, 2019
Rating:
Reviewed by Sushreejyoti Routray
on
August 02, 2019
Rating:







No comments: