୭୬ ଭାରତୀୟ ଓ ୪୧ ପାକିସ୍ତାନୀଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସମଝୌତା ଏକ୍ସପ୍ରେସ


ନୂଆଦିଲ୍ଲୀ:  ୭୬ ଭାରତୀୟ ଏବଂ ୪୧ ପାକିସ୍ତାନୀ ନାଗରିକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସମଝୌତା ଏକ୍ସପ୍ରେସ । ଉଲ୍ଲେଖଯୋଗ୍ୟ ଯେ ଦୁଇ ଦେଶ ମଧ୍ୟରେ ଚାଲିଥିବା ସମଝୌତା ଏକ୍ସପ୍ରେସକୁ ଲାହୋରଠାରେ ରଦ୍ଦ କରିଥିଲା ପାକିସ୍ତାନ । ଲାହୋରରେ ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ରୋକିବାରୁ ଭାରତ ପକ୍ଷରୁ ଇଞ୍ଜିନ୍ ପଠାଯାଇଥିଲା । ସମଝୌତା ଏକ୍ସପ୍ରେସକୁ ପାକ୍ ଡ୍ରାଇଭର ଓ ଗାର୍ଡ ଭାରତ ଆସିବାକୁ ମନାକରିବାରୁ ଅଟ୍ଟାରୀରୁ ଯାଇଥିଲା ଇଞ୍ଜିନ୍ । ଏନେଇ ସୂଚନା ଦେଇଥିଲେ ଅଟ୍ଟାରୀ ଷ୍ଟେସନ୍ ମାଷ୍ଟର । ତେବେ କରାଚିରୁ ସକାଳ ୮ଟାରେ ବାହାରିଥିବା ଏହି ସମଝୌତା ଏକ୍ସପ୍ରେସକୁ ଲାହୋର ଠାରେ ଅଟକାଇଥିଲା ପାକ୍ । ତେଣୁ ଟ୍ରେନ୍ ଇଞ୍ଜିନ୍ ଓ ଗାର୍ଡଙ୍କୁ ଦେଶକୁ ଆଣିବା ପାଇଁ ଲାହୋର ଯାଇଥିଲା ଭାରତର ଇଞ୍ଜିନ୍ ଓ ଡ୍ରାଇଭର । ତେବେ ଏହି ସମଝୌତା ଏକ୍ସପ୍ରେସରେ ୧୧୦ ଜଣ ଯାତ୍ରୀ ଥିଲେ ।

ଭାରତ ସହ କୁଟନୈତିକ ସମ୍ପର୍କ କାଟିଥିଲା ପାକିସ୍ତାନ । ଏହା ସହ ଦ୍ୱିପାକ୍ଷିକ ବାଣିଜ୍ୟ ମଧ୍ୟ ବନ୍ଦ କରିଥିଲା ପାକିସ୍ତାନ । ପାକିସ୍ତାନରେ ଭାରତୀୟ ଦୂତବାସ ମଧ୍ୟ ବନ୍ଦ ହୋଇଥିଲା । ପାକିସ୍ତାନରୁ ଭାରତୀୟ ହାଇ କମିଶନ ଫେରିବେ । ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ପାସ୍ ପରେ ପାକିସ୍ତାନ ଏହିପରି ନିଷ୍ପତ୍ତି ନେଇଥିଲା ।

୭୬ ଭାରତୀୟ ଓ ୪୧ ପାକିସ୍ତାନୀଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସମଝୌତା ଏକ୍ସପ୍ରେସ ୭୬ ଭାରତୀୟ ଓ ୪୧ ପାକିସ୍ତାନୀଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ସମଝୌତା ଏକ୍ସପ୍ରେସ Reviewed by Sushreejyoti Routray on August 09, 2019 Rating: 5

No comments:

Powered by Blogger.