ପୁଣି ପଲଟିଲେ ଦାମ, ବିଜେପି ବିରୋଧରେ ଛାଡିଲେ ବାଣ !


ଭୁବନେଶ୍ୱର: ଚଳିତ ନିର୍ବାଚନ ସମୟରେ ଦଳ ଅଦଳ ବଦଳ କରିଥିବା ତୁଙ୍ଗ ନେତା ଦାମ ରାଉତ ପୁଣି ଥରେ ନିଜର ନିରବତା ଭଙ୍ଗ କରିଛନ୍ତି । ଅନ୍ୟ ଦଳକୁ ସମାଲୋଚନା କରି ଚର୍ଚ୍ଚାରେ ରହିଆସୁଥିବା ଦାମ ଏଥର ନିଜ ଦଳକୁ ଆଙ୍ଗୁଳି ଦେଖାଇଛନ୍ତି । ବିଜେଡିରୁ ବହିଷ୍କାର ହେବା ପରେ ସେ ବିଜେପି ଦଳରେ ଯୋଗ ଦେଇଥିଲେ ମଧ୍ୟ ଚଳିତ ନିର୍ବାଚନରେ ତାଙ୍କର ଶୋଚନୀୟ ପରାଜୟ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଦଳ ପକ୍ଷରୁ ତାଙ୍କୁ ଆଉ ପଚରାଯାଉ ନାହିଁ ବୋଲି ଦାମ କହିଛନ୍ତି । ଆଗରୁ ବିଜେଡି ଓ କଂଗ୍ରେସ ବିରୋଧରେ ବାଣ ଛାଡୁଥିବା ଦାମ ଏଥର ବିଜେପି ବିରୋଧରେ ବାଣ ଛାଡିଛନ୍ତି ।

ଏହା ସହ ଦାମ କହିଛନ୍ତି ଯେ, 'ନିର୍ବାଚନ ସମୟରେ ମୋତେ ବିଜେପି ପକ୍ଷରୁ ଡକାଯାଇଥିଲା, ଯାହାକୁ ମୁଁ ସମର୍ଥନ କରିଥିଲି । ନିର୍ବାଚନରେ ଷ୍ଟାର ପ୍ରଚାରକ କଲେ, ହେଲିକପ୍ଟରରେ ବୁଲାଇଲେ। ମୁଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବୁଲି ପ୍ରଚାର କଲି। ନିର୍ବାଚନରେ ଏସରମା-ବାଲିକୁଦାରୁ ପ୍ରାର୍ଥୀ ହେବା ପରେ ମୁଁ ପରାଜିତ ହେଲି । ପରାଜିତ ହେବାର ଅନେକ କାରଣ ରହିଛି । ସେ ସବୁ କହି କିଛି ଲାଭ ନାହିଁ। ହାରିଲା ପରେ ମୋତେ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଇନି ।'

ତେବେ ବର୍ତ୍ତମାନ ସମୟରେ ବିଜେପିର ଚାଲିଥିବା ସଦସ୍ୟତା ଅଭିଯାନରେ ଦାମକୁ କିଛି ଦାୟିତ୍ୱ ଦିଆଯାଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । 
ପୁଣି ପଲଟିଲେ ଦାମ, ବିଜେପି ବିରୋଧରେ ଛାଡିଲେ ବାଣ ! ପୁଣି ପଲଟିଲେ ଦାମ, ବିଜେପି ବିରୋଧରେ ଛାଡିଲେ ବାଣ ! Reviewed by Sushreejyoti Routray on August 29, 2019 Rating: 5

No comments:

Powered by Blogger.