ଥିଏଟରରେ କରେଣ୍ଟ ସଂସ୍ପର୍ଶରେ ଆସି ବାହୁବଳୀ ଫ୍ୟାନଙ୍କ ମୃତ୍ୟୁ



ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’କୁ ନେଇ ଫ୍ୟାନଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଥିବା ବେଳେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଅଗଷ୍ଟ ୩୦ରେ ବଡ ପରଦାରେ ସାହୋ ରିଲିଜ୍ ହେବାକୁ ଯାଉଥିବା ବେଳେ ଏହାର ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଥିଲଟରରେ ଫିଲ୍ମର ବ୍ୟାନର ଲଗାଉଥିବା ବେଳେ ପ୍ରଭାସଙ୍କ ଏକ ଫ୍ୟାନଙ୍କ ମୃତ୍ୟୁ ହୋଇଯାଇଛି । 

ତେବେ ରିପୋର୍ଟ ଅନୁସାରେ, ପ୍ରଭାସଙ୍କ ଫ୍ୟାନଙ୍କ ମୃତ୍ୟୃ କରେଣ୍ଟ ସଂସ୍ପର୍ଶରେ ଆସି ହୋଇଛି । ତେଲଙ୍ଗାନା ସ୍ଥିତ ମେହବୁବ ଜଗରରେ ବାସ କରୁଥିବା ଏହି ଫ୍ୟାନ ଜଣକ ଲୋକାଲ ଥିଏଟରରେ ସାହୋର ବ୍ୟାନର ଲଗାଉଥିଲେ । ଏକ ବୋର୍ଡରେ ବ୍ୟାନର ଲଗାଉଥିବା ବେଳେ ଇଲୋକ୍ଟ୍ରିକ୍ ତାର ସଂସ୍ୱର୍ଶରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୁତ୍ୟୃ ଘଟିଥିଲା । 
ଥିଏଟରରେ କରେଣ୍ଟ ସଂସ୍ପର୍ଶରେ ଆସି ବାହୁବଳୀ ଫ୍ୟାନଙ୍କ ମୃତ୍ୟୁ ଥିଏଟରରେ କରେଣ୍ଟ ସଂସ୍ପର୍ଶରେ ଆସି ବାହୁବଳୀ ଫ୍ୟାନଙ୍କ ମୃତ୍ୟୁ Reviewed by Sushreejyoti Routray on August 29, 2019 Rating: 5

No comments:

Powered by Blogger.