୩ ଘଣ୍ଟା ଯାଏଁ ଏଲଓସି ଉପରେ ପାକିସ୍ତାନର ଗୁଳିବର୍ଷା, ସ୍କୁଲରେ ଫସିଲେ ବହୁ ଛାତ୍ରଛାତ୍ରୀ


ଜମ୍ମୁ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉପରେ ମୋଦୀଙ୍କ ଐତିହାସିକ ଫଇସଲା ପରେ ପାଗଳଙ୍କ ପରି ପ୍ରଳାପ କରିଚାଲିଛି ପାକିସ୍ତାନ । ଆଜି ଜମ୍ମୁ-କାଶ୍ମୀରର ଏଲଓସି ଉପରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପୁଚ୍ଛ ଜିଲ୍ଲାର ମେଣ୍ଟର ସେକ୍ଟରରେ ପ୍ରାୟ ୩ ଘଣ୍ଟା ଧରି ଗୁଳିବର୍ଷା କରିଚାଲିଥିଲା ପାକିସ୍ତାନ ।

ଏହି ଗୁଳିବର୍ଷା କାରଣରୁ ସୀମା ନିକଟରେ ଥିବା ସ୍କୁଲରେ ବହୁ ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ଫସିରହିଥିବାର ସୂଚନା ମିଳିଥିିଲା । ତେବେ ଗୁଳିବର୍ଷା ବନ୍ଦ ହେବାରୁ ପିଲାମାନଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟରୁ ବାହାର କରାଯାଇଛି ।
୩ ଘଣ୍ଟା ଯାଏଁ ଏଲଓସି ଉପରେ ପାକିସ୍ତାନର ଗୁଳିବର୍ଷା, ସ୍କୁଲରେ ଫସିଲେ ବହୁ ଛାତ୍ରଛାତ୍ରୀ ୩ ଘଣ୍ଟା ଯାଏଁ ଏଲଓସି ଉପରେ ପାକିସ୍ତାନର ଗୁଳିବର୍ଷା, ସ୍କୁଲରେ ଫସିଲେ ବହୁ ଛାତ୍ରଛାତ୍ରୀ Reviewed by Sushreejyoti Routray on August 29, 2019 Rating: 5

No comments:

Powered by Blogger.