ଦିଲ୍ଲୀ ବିମାନବନ୍ଦରକୁ ଉଡେଇଦେବାକୁ ମିଳିଲା ଧମକପୂର୍ଣ୍ଣ ଫୋନ୍ କଲ୍


ନୂଆଦିଲ୍ଲୀ : ଜମ୍ମୁ-କାଶ୍ମରରୁ ଧାରା ୩୭୦ ଉଚ୍ଛେଦ ପରେ ଚିହିକି ଉଠିଛନ୍ତି ଆତଙ୍କବାଦୀ । ସ୍ୱାଧୀନତା ଦିବସରେ ଆତଙ୍କବାଦୀ ମାନେ ଲାଲକିଲ୍ଲା ଓ ଏହାର ପାଖଆଖ ଅଞ୍ଚଳରେ ବଡ ଧରଣର ଆକ୍ରମଣ କରିପାରନ୍ତି ବୋଲି ଦିଲ୍ଲୀ ପୋଲିସକୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ । ଏପରି ପରିସ୍ଥିତିରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ ସଜାଗ ରହିଛି ପୋଲିସ । ତେବେ ଗତକାଲି  ସନ୍ଧ୍ୟାରେ ଟର୍ମିନାଲ-୨କୁ ଏକ ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ବିମାନ ବନ୍ଦରକୁ ବଞ୍ଚାଇ ପାରିବ ତ ବଞ୍ଚାଅ ବୋଲି ଧମକ ଆସିଥିଲା ।

ଏପରି ଫୋନ୍ କଲ୍ ପାଇବା ପରେ ପୋଲିସ ନିଜର ତଦନ୍ତ ଆରମ୍ଭ କରି ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲା, କିନ୍ତୁ ସେ ଏପରି କଲ୍ କରି ନଥିବା ଜଣାପଡିଛି । ଏନେଇ ପୋଲିସ ଘଟଣାର ତନାଘନା ପୁଣି ଆରମ୍ଭ କରିଦେଇଛି ।  ପୂରା ବିମାନବନ୍ଦରର ଯାଞ୍ଚ କରିବା ସହ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଇଛି ।
ଦିଲ୍ଲୀ ବିମାନବନ୍ଦରକୁ ଉଡେଇଦେବାକୁ ମିଳିଲା ଧମକପୂର୍ଣ୍ଣ ଫୋନ୍ କଲ୍ ଦିଲ୍ଲୀ ବିମାନବନ୍ଦରକୁ ଉଡେଇଦେବାକୁ ମିଳିଲା ଧମକପୂର୍ଣ୍ଣ ଫୋନ୍ କଲ୍ Reviewed by Sushreejyoti Routray on August 13, 2019 Rating: 5

No comments:

Powered by Blogger.