ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ଏମସର ପଞ୍ଚମ ମହଲାରେ ଲାଗିଛି ଭୟାବହ ଅଗ୍ନିକାଣ୍ଡ । ଜେନେରାଲ ୱାର୍ଡକୁ ଖାଲି କରିବା ସହ ସମସ୍ତ ରୋଗୀମାନଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଏମସ ଦ୍ୱାରା ସିଫ୍ଟ କରାଯାଉଥିବା ରେଗୀମାନଙ୍କ ପାଇଁ ୦୧୧-୨୬୫୯୩୩୦୮ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।
ତେବେ କୁହାଯାଉଛି ଯେ, ସର୍ଟ ସର୍କିଟ ଦ୍ୱାରା ଦ୍ୱିତୀୟ ମହଲାରେ ନିଆଁ ଲାଗିବା ପରେ ତାହା ପଞ୍ଚମ ମହଲା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ୩୪ଟି ଦମକଳ ଗାଡି ସାହାର୍ଯ୍ୟରେ ନିଆଁକୁ ଆୟତ୍ତ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ବି ମୃତାହତ ହୋଇନଥିବା ଖବର ମିଳିଛି ।
ଦିଲ୍ଲୀ ଏମସର ପଞ୍ଚମ ମହଲାରେ ଭୟାବହ ଅଗ୍ନିକାଣ୍ଡ
Reviewed by Sushreejyoti Routray
on
August 17, 2019
Rating:
Reviewed by Sushreejyoti Routray
on
August 17, 2019
Rating:





No comments: