ଭାରତୀୟ ସେନା ଉପରେ ଆକ୍ରମଣର ଷଡଯନ୍ତ୍ର ରଚୁଛି ପାକିସ୍ତାନ, ଜୈଶକୁ ଦାୟିତ୍ୱ ଦେଇଛି ISI


ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାଗଳାମୀର ସୀମା ଟପିବାରେ ଲାଗିଛି ପାକିସ୍ତାନ  । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଯୁଦ୍ଧର ଧମକ ଦେବାରେ ଲାଗିଛନ୍ତି ପାକିସ୍ତାନ ସରକାର । ଏହା ସହ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଗତ ସୋମବାର ଦିନ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରରେ ଆମେ କିଛିବି କରିପାରିବୁ । ଏହା ସହ ଖବର ମିଳୁଛି କି, ପାକିସ୍ତାନର ଗୋଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ୍ ଇଣ୍ଟଲିଜେନ୍ସ ବା ଆଇଏସଆଇ ଭାରତ ବିରୋଧରେ ବଡ ଆକ୍ରମଣ କରିବାକୁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନକୁ ଦାୟିତ୍ୱ ଦେଇଛି ।

ଅନ୍ୟପଟେ ଭାରତକୁ ହଇରାଣ କରିବାକୁ ପାକିସ୍ତାନ ପଞ୍ଜାବରେ ବଡ଼ ବନ୍ୟା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛି। ପୂର୍ବରୁ ପାକିସ୍ତାନ ସତଲୁଜର ସମସ୍ତ ୬ଟି ଗେଟ୍ ଖୋଲିଦେଇ ପଂଜାବର ଫି‌ରୋଜପୁରରେ ବନ୍ୟା ସୃଷ୍ଟି କରିଥିବା ବେଳେ ଏବେ ପୁଣିଥରେ ରାତି ଅଧିଆ ସତଲୁଜ୍ ନଦୀକୁ ଆବର୍ଜନା ପାଣି ଛାଡ଼ି ସୀମାବର୍ତ୍ତୀ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି କରିଛି । 
ଭାରତୀୟ ସେନା ଉପରେ ଆକ୍ରମଣର ଷଡଯନ୍ତ୍ର ରଚୁଛି ପାକିସ୍ତାନ, ଜୈଶକୁ ଦାୟିତ୍ୱ ଦେଇଛି ISI ଭାରତୀୟ ସେନା ଉପରେ ଆକ୍ରମଣର ଷଡଯନ୍ତ୍ର ରଚୁଛି ପାକିସ୍ତାନ, ଜୈଶକୁ ଦାୟିତ୍ୱ ଦେଇଛି ISI Reviewed by Sushreejyoti Routray on August 27, 2019 Rating: 5

No comments:

Powered by Blogger.